Thu. Dec 26th, 2024

ଆଜି ପ୍ରେସ୍‌ମିଟ୍‌ରେ ପାଠକ ବାପା ପୁଅଙ୍କ କଳା କାରନାମା ଘଟଣାରୁ ପରଦା ଉଠାଇବ କ୍ରାଇମ୍‌ବ୍ରାଞ୍ଚ

By amfnews Dec 12, 2020 #Featured
118 Views

ଭୁବନେଶ୍ୱର, ଡିସେମ୍ବର 12 : ଖୋଲୁଛି ପାଠକ ବାପା ପୁଅଙ୍କ କଳା କାରନାମା ଗୁମର । ଆକାଶ ପାଠକ ଅର୍ଥକାରବାର ମାମଲା ଉପରୁ ଆଜି ପ୍ରେସ୍‌ମିଟ୍‌ରେ ଘଟଣାରୁ ପରଦା ଉଠାଇବ କ୍ରାଇମ୍‌ବ୍ରାଞ୍ଚ । ଆଜି ୧୨ଟା ୩୦ରେ ହେବ ପ୍ରେସ୍‌ମିଟ୍ । ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଏଥିରେ ସମ୍ପୃକ୍ତି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ  ।

ଟାଟା ମୋଟର୍ସ ନାମରେ ଅନେକ ଲୋକଙ୍କୁ ଠକେଇ କରିବା ଓ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆକାଶ ପାଠକଙ୍କୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତାଙ୍କ ସହ ଘନ ଘନ ଜେରାରୁ କଳା କାରନାମା ର  ଖିଅ ସବୁ ଗୋଟି ଗୋଟି କରି ଖୋଲିବ ବୋଲି ଆଶା କରାଯାଉଛି । ରିମାଣ୍ଡର ଆଜି ଦ୍ୱିତୀୟ ଦିନ  ।

ଆକାଶ ପୁନେ ଟାଟା ପାସେଞ୍ଜର୍ସ ଡିଭିଜନରେ ଏମଡି ଥିବା କହିଥିଲେ ।ଟାଟାରେ ଚାକିରି ଦେବାକୁ କହି ଲୋକଙ୍କୁଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସେ ଟାଟାର କର୍ମଚାରୀ ନଥିବା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ପୂର୍ବରୁ ବି ଟାଟା କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।ଜାଲିଆତିର ଗୁମର ଖୋଲିବା ପରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପୁନେ ଯାଇ ଖୋଳତାଡ଼ କରିଥିଲା ।

By amfnews

Related Post