Sun. Nov 24th, 2024

ଆଜି ପେଟ୍ରୋଲିୟମ କମ୍ପାନୀ ମୁଖ୍ୟଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Oct 15, 2018 #Featured
130 Views

ନୂଆଦିଲ୍ଲୀ, ଅକ୍ଟୋବର ୧୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତେଲ ଓ ଗ୍ୟାସ କ୍ଷେତ୍ରରେ ଗ୍ଲୋବାଲ ଓ ଭାରତୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ ଇରାନରେ ଆମେରିକାର ପ୍ରତବନ୍ଧକ ତଥା ଅଶୋଧିତ ତୈଲ ଦର ବୃଦ୍ଧି ଯୋଗୁଁ ତେଲ ଦର ଉପରେ ପଡ଼ିଥିବା ପ୍ରଭାବ ନେଇ ଆଲୋଚନା ହେବ ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୩ୟ ବାର୍ଷିକ ଅଧିବେଶନରେ ତେଲ ଏବଂ ଗ୍ୟାସ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏସଂପର୍କରେ ୨୦୧୬ ଜାନୁଆରୀ ୫ରେ ବୈଠକରେ ଉପସ୍ଥିତ ଥିଲେ, ଯେଉଁଥିରେ ପ୍ରାକୃତିକ ଗ୍ୟାସ ଦରରେ ସଂଶୋଧନ ପାଇଁ ଉପଦେଶ ଦିଆଯାଇଥିଲା ।

ବର୍ଷ ୨୦୧୭ ଅକ୍ଟୋବର ବାର୍ଷିକ ବୈଠକରେ ସାର୍ବଜନିକ କ୍ଷେତ୍ରର କମ୍ପାନୀ ଓଏନଜିସି ଓ ଅଏଲ ଇଣ୍ଡିଆର ଉତ୍ପାଦକ ତେଲ ଏବଂ ଗ୍ୟାସ କ୍ଷେତ୍ରରେ ବିଦେଶୀ ଓ ଘରୋଇ କମ୍ପାନୀକୁ ଇକ୍ୟୁଇଟି ଦେବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଓଏନଜିସିର ତୀବ୍ର ବିରୋଧ ଯୋଗୁଁ ଏହି ଯୋଜନା ଆଗକୁ ବଢ଼ି ପାରି ନଥିଲା ।

ନୀତି ଆୟୋଗ ଦ୍ୱାରା ପରିଚାଳିତ ଏହି ବୈଠକରେ ଓପେକ ସାଧାରଣ ସଂପାଦକ ମହମ୍ମଦ ବାରକିନ୍ଦୋ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ । ଏତଦ ବ୍ୟତୀତ ସାଉଦୀ ଆରବର ପେଟ୍ରୋଲିୟମ ମନ୍ତ୍ରୀ ଖରିଦ ଏ ଉଲ ଫଲିହ, ଭାରତ ପେଟ୍ରୋଲିୟମ ସିଇଓ ବବ ଡୁଡଲେ, ଟୋଟଲ ମୁଖ୍ୟ ପେଟ୍ରିକ ଫାୟେନ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲ ବୈଠକରେ ସାମିଲ ହୋଇପାରନ୍ତି । ବୈଠକରେ ଓଏନଜିସି ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ ଶଶି ଶଙ୍କର, ଇଣ୍ଡିଆନ ଅଏଲ କର୍ପୋରେସନ ଚେୟାରମ୍ୟାନ ସଞ୍ଜୀବ ସିଂହ, ଗେଲ ଇଣ୍ଡିଆ ମୁଖ୍ୟ ବିସି ତ୍ରିପାଠୀ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଚେୟାରମ୍ୟାନ ମୁକେଶ କୁମାର ଶରଣ ପ୍ରମୁଖ ଉପସ୍ଥିତ ରହିବେ ।

By amfnews

Related Post