Fri. Mar 6th, 2026

ଆଜି ପୂର୍ବାହ୍ନ ୧୧ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

330 Views

ଭୁବନେଶ୍ୱର, ସେପ୍ଟେମ୍ବର ୧୫ : ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି ।

ଏହି ବୈଠକ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି।ଏହାସହିତ ଉଚ୍ଚଶିକ୍ଷା ବିଭାଗର ଏକ ପ୍ରସ୍ତାବ ରହିଛି। ଏହାସହ ମୟୂରଭଞ୍ଜ ଜିଲ୍ଲାରେ ଏକ ପ୍ରକଳ୍ପ ନିର୍ମାଣ ନିମନ୍ତେ ଆହ୍ୱାନ ହୋଇଥିବା ଟେଣ୍ଡରକୁ ଏହି ବୈଠକରେ ମଞ୍ଜୁରି ମିଳିବା ନେଇ ସୂତ୍ରରୁ ପ୍ରକାଶ ।

By amfnews

Related Post