Fri. Jan 17th, 2025

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଗାଁ ଠୁ ସହର ଉତ୍ସବ ମୁଖର

By amfnews Mar 21, 2019 #Featured
570 Views

ଭୁବନେଶ୍ୱର, ମାର୍ଚ୍ଚ ୨୧ : ଓଡ଼ିଆ ମାନଙ୍କ ବାର ମାସରେ ତେର ପର୍ବ । ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଫାଲଗୁନ ମାସ ଶୁକ୍ଲ ଦଶମୀ ଠାରୁ ପୂର୍ଣ୍ଣିମା ଯାଏଁ ଦୋଳ ଉତ୍ସବ ପାଳନ କରାଯାଏ । ଏହା ଓଡ଼ିଆଙ୍କ ସାସ୍କୃତିକ ପରମ୍ପରାର ଏକ ମାଧ୍ୟମ ।

ଦୋଳ ପୂର୍ଣ୍ଣିମା ଅବସରରେ ଦୋଳ ଗୋବିନ୍ଦ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଏ । ଭଗବାନଙ୍କୁ ଦୋଳ ବିମାନରେ ବସାଇ ଘର ଘର ବୁଲା ଯାଇଥାଏ । ଏହା ପରେ ଭଗବାନ ସମସ୍ତଙ୍କ ଘରେ ଭୋଗ ଖାଇଥାନ୍ତି । ଏହି ବିମାନରେ ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଲେ କୋଟି ପାପ ଧୋଇ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ପ୍ରଭୁଙ୍କ ପାଖରେ ଅବିର ଲାଗିହୁଏ । ଏହା ପରେ ଭଗବାନ ରାଧାକୃଷ୍ଣ ପରସ୍ପରକୁ ଅବିର ଲଗାନ୍ତି ।ମର୍ତ୍ତ୍ୟଲୋକରେ ମେଷ ନାମକ ଏକ ଦାନବ ଉପଦ୍ରବ କରୁଥିଲା । ଶ୍ରୀକୃଷ୍ଣଙ୍କ ହାତରେ ମେଷ ଦାନବର ପ୍ରାଣ ଯାଇଥିବାରୁ ଏହି ଦିନଟିକୁ ଖୁସି ମନାଯାଇଥାଏ । ଏହି ଦିନରେ ପ୍ରଭୁ ଣ୍ରୀ ଜଗନ୍ନାଥଙ୍କ ପାଖରେ ନୂଆଁ ପାଞ୍ଜି ପୂଜା କରାଯାଇଥାଏ । ଏହି ଦିନ ଗାଁ ଠାରୁ ସହର ସବୁ ରାଧାକୃଷ୍ଣ ମନ୍ଦିର ଉତ୍ସବ ମୁଖର ହୋଇଥାଏ ।

By amfnews

Related Post