655 Views
ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷ କାର୍ଯ୍ୟ ଆରମ୍ଭର ପ୍ରଥମ ଦିନ । ଅକ୍ଷୟ ତୃତୀୟାରୁ ହିଁ ଅଖି ମୁଠି ବୁଣି ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିବେ । ପ୍ରାଚୀନ କାଳରୁ ବିଶ୍ୱାସ ରହିଆସିଛି କି ଅକ୍ଷୟ ତୃତୀୟା ଦିନରୁ ଶସ୍ୟ ବୁଣା ହେଲେ ଭଲ ଫସଲ ଅମଳ ହୋଇଥାଏ । ଅକ୍ଷୟ ତୃତୀୟାରେ ବେତା, ଗଉଣୀକୁ ଭଲ ଭାବେ ଧୋଇ ସେଥିରେ ଝୋଟି ଚିତା ପକାଯାଇ ପୂଜାର୍ଚ୍ଚନା କରାଯାଏ ।
ଅନ୍ୟପକ୍ଷରେ ଆଜି ଠାରୁ ପୁରୀରେ ଶ୍ରୀଜୀଉମାନଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ । ଭୀଷଣ ଗରମରୁ ପ୍ରଭୁଙ୍କୁ ଉପଶମ ଦେବା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାର ବନ୍ଦୋବସ୍ତ କରାଯାଇଛି । ଶ୍ରୀ ଜୀଉମାନେ ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗାରେ ଚାପ ଖେଳିବେ । ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ରଥକାଠ ଅନୁକୂଳ ନୀତି ଆରମ୍ଭ ହେବ । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ପରେ ରଥନିର୍ମାଣ ପାଇଁ ଆଜ୍ଞାମାଳ ଆସିବ । ଏହାପରେ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ ଅନୁକୂଳ କରାଯିବ ।