Fri. Mar 6th, 2026

ଆଜି ଜାତୀୟ ପାଣିପାଗ କନକ୍ଲେଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

419 Views

ନୂଆଦିଲ୍ଲୀ, ଜାନୁଆରୀ ୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜାତୀୟ ପାଣିପାଗ କନକ୍ଲେଭରେ ଉଦ୍‍ଘାଟନ କରିବେ। ଏହି ଅବସରରେ ମୋଦି ଜାତୀୟ ଆଟମିକ ଟାଇମ ସ୍କେଲ୍‍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଲୋକାଭିମୁଖୀ କରାଇବେ ।

ନୂଆଦିଲ୍ଲୀ ସ୍ଥିତ ସି.ଏସ୍‍.ଆଇ.ଆର୍‍.-ଏନ୍‍.ପି.ଏଲ୍‍ ସଂସ୍ଥାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କନକ୍ଲେଭର ଆୟୋଜନ କରାଯାଇଥିବାବେଳେ ଚଳିତ ବର୍ଷର ଶୀର୍ଷକ ହେଉଛି “ଜାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା”।

ସେହିପରି ପ୍ରଧାନମନ୍ତ୍ରୀ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ନ୍ୟାସନାଲ୍‍ ଆଟମିକ ଟାଇମ ସ୍କେଲ୍‍ ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ୍‍କୁ ୨ ଦଶମିକ ୮ ନାନୋ ସେକେଣ୍ଡ୍‍ ପର୍ଯ୍ୟନ୍ତ ଠିକ ଭାବେ ଦର୍ଶାଇବ। ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ।

By amfnews

Related Post