Sun. Mar 8th, 2026

ଆଜି ଜନ୍ମାଷ୍ଟମୀ : ରାଜ୍ୟର ମଠମନ୍ଦିରରେ ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ଼, ପରିବେଶ ଉତ୍ସବମୁଖର

189 Views

ଭୁବନେଶ୍ବର  : ଆଜି ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସ୍ମାର୍ତ୍ତ ସମ୍ମତ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ। କି˚ବଦନ୍ତି ଅନୁଯାୟୀ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ, ବିଷ୍ଣୁଙ୍କ ଅଷ୍ଟମ ଅବତାର ଯୋଗେଶ୍ବର କୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ମଥୁରାରେ ଜନ୍ମ ହୋଇଥିଲେ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂରହୁଏ। ତେଣୁ, ଏହାକୁ ‘ମୋହରାତ୍ରି’ ମଧ୍ୟ କହାଯାଏ। ସାରା ବିଶ୍ବର ହିନ୍ଦୁ ସ˚ପ୍ରଦାୟ ପାଇଁ ଏହା ଏକ ପବିତ୍ର ପର୍ବ।

ଉତ୍ତର ଭାରତର ବ୍ରଜ ଅଞ୍ଚଳର ଏହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଧାର୍ମିକ ଉତ୍ସବ। କୃଷ୍ଣଙ୍କ ଜନ୍ମ ସ୍ଥାନ ମଥୁରା ଏବ˚ ସେ ବଢ଼ିଥିବା ସ୍ଥାନ ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୁଏ। ଏହି ଉପଲକ୍ଷେ ରାସଲୀଳା ବା କୃଷ୍ଣଲୀଳା ଅନୁଷ୍ଠିତ ହୁଏ। ମନ୍ଦିରମାନଙ୍କରେ ‘ଭାଗବତ ପୁରାଣ’ ଓ ‘ଶ୍ରୀମଦ୍‌ଭଗବଦ୍‌ଗୀତା’ ପାଠ କରାଯାଏ। ମହାରାଷ୍ଟ୍ରରେ ଏହି ପର୍ବ ଅବସରରେ ‘ଦହି ହାଣ୍ତି’ ଭଙ୍ଗାଯାଏ। ଗତ ବର୍ଷ କେବଳ ମୁମ୍ବଈରେ ସାତ ହଜାରରୁ ଅଧିକ ‘ଦହି ହାଣ୍ତି’ ଭଙ୍ଗାଯାଇଥିଲା। ଜନ୍ମାଷ୍ଟମୀରେ ଉପବାସ ପାଳନ ଚାରି ଆଡ଼େ ପ୍ରଚଳିତ ହିନ୍ଦୁ ବିଧି।

ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ମଠ ମନ୍ଦିରରେ ଶ୍ରଦ୍ଧାଳୁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଲାଗି ସମ୍ମିଳିତ ହୋଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ପାରମ୍ପରିକ ନୀତିବିଧି ଅନୁସାରେ ଜନ୍ମାଷ୍ଟମୀ ପାଳନ କରାଯାଉଛି। ମନ୍ଦିରଗୁଡ଼ିକୁ ଜନ୍ମାଷ୍ଟମୀ ଲାଗି ସୁସଜ୍ଜିତ କରାଯିବା ସହ ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେଉଛି।

By amfnews

Related Post