Thu. Jan 23rd, 2025

ଆଜି ଚାଷୀଙ୍କୁ ମିଳିବ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି, ଓଡ଼ିଶା ସମେତ ଦେଶର ସାଢେ ୯ କୋଟି ଚାଷୀଙ୍କୁ ସହାୟତା

By amfnews May 14, 2021 #Featured
174 Views

ନୂଆଦିଲ୍ଲୀ, ମେ ୧୪ :

ମହାମାରୀ ସମୟରେ ବି କଥା ରଖିଲେ ପ୍ରଧାନମନ୍ତ୍ରୀ ଆଜି ଚାଷୀଙ୍କୁ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ମିଳିବ। ଓଡ଼ିଶା ସମେତ ଦେଶର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟିର ଆର୍ଥିକ ରାଶି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଚାଷୀ ଭାଇଙ୍କ ସାଙ୍ଗରେ କଥା ହେବା ସହ ପିଏମ କିଷାନ ଯୋଜନାରେ ଅଷ୍ଟମ କିସ୍ତି ପ୍ରଦାନ କରିବେ।

ଓଡ଼ିଶା ସମେତ ଦେଶର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ର ଆର୍ଥିକ ରାଶି ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଟୁଇଟ କରି  ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କରିବେ । ଏହାଦ୍ଵାରା ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ଉପକୃତ ହେବେ।

୧୯ ହଜାର କୋଟିରୁ ଅଧିକ ଟଙ୍କା ୮ମ କିସ୍ତିରେ ହସ୍ତାନ୍ତର କରାଯିବ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀ କୃଷକ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ମତ ବିନିମୟ କରିବେ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଓଡ଼ିଶାର ଚାଷୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଅଷ୍ଟମ କିସ୍ତିର ଲାଭ ପାଇବେ । କୃଷି କ୍ଷେତ୍ରରେ ସଂସ୍କାର ଆଣିବା ତଥା କୃଷକଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଚାଷୀଙ୍କ କଲ୍ୟାଣ ତଥା କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପିଏମ-କିଷାନ ଯୋଜନା ଅଧୀନରେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ତିନୋଟି ସମାନ କିସ୍ତି ଅର୍ଥାତ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏହି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେଉଛି । ଏହି ଯୋଜନା ମାଧ୍ୟମରେ ଆଜି ସୁଦ୍ଧା ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯାଇଛି ।

By amfnews

Related Post