Fri. Mar 6th, 2026

ଆଜି କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ

345 Views

କୋରାପୁଟ, ଫେବୃଆରୀ ୧୩ : ଆଜି କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚନ ଆରମ୍ଭ ହୋଇଛି । ଆଜି ସକାଳ ୭ ଟାରୁ ମତ ଦାନ ମଧ୍ୟ ଆରମ୍ଭ ହୋଇଛି । 

ଓଡ଼ିଶା ସୀମାରେ ଆନ୍ଧ୍ର ସରକାରଙ୍କ ଏଭଳି ମନମୁଖି ସାଶନ କୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଏବେ ପାଣି ମୁଣ୍ଡ ଉପରେ ଯିବାକୁ ଲାଗିଲାଣି ଅର୍ଥାତ୍ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତତ୍ପରତା ଡେରି ରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା ବେଳକୁ ଆନ୍ଧ୍ରର ନିର୍ବାଚନୀ ତାରିଖ ଘୋଷଣା ହୋଇ ସାରିଥିଲା । ଯାହା କୁ ନେଇ ଆଜି ଓଡ଼ିଶା ସୀମାରେ ଆନ୍ଧ୍ର ଜୋରଜବରଦସ୍ତ ନିର୍ବାଚନ କରୁଛି ଏବଂ ଓଡ଼ିଶା ସରକାର ହାତ ଟେକି ବସିଛନ୍ତି ।

ଏଭଳି ସ୍ଥିତିରେ କେବଳ କୋଟିଆ ବାସୀଙ୍କୁ ବୁଝାଇ ସୁଝାଇ ମତ ଦାନ ରୁ ବିରତ ରହିବାକୁ ଅନୁରୋଧ କରିବା ଛଡା ଆଉ କିଛି ଉପାୟ ନାହିଁ ରାଜ୍ୟ ସରକାରଙ୍କ ପାଖରେ । ତେବେ ସରପଞ୍ଚ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ହେବା ପରେ ଅତି ସତର୍କତାର ସହ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତରେ ନିର୍ବାଚନ କରୁଛନ୍ତି ।

କୋଟିଆର ଫାଟୁ ସିନେରି ଗ୍ରାମରେ ଥିବା ଚର୍ଚ୍ଚ ଠାରେ ମତ ଦାନ ପାଇଁ ବୁଥ୍ କରାଯାଇଛି ଏବଂ ଆଜି ସକା ୭ ଟାରୁ ମତ ଦାନ ଆରମ୍ଭ ହୋଇଥିବା ବେଳେ ଦିନ ୩ ଟା ଯାଏଁ ମତ ଦାନ ଜାରି ରହିବ ବୋଲି ଜଣାପଡିଛି ।

By amfnews

Related Post