Sat. Jan 11th, 2025

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

By amfnews Dec 24, 2018 #Featured
161 Views

ଭୁବନେଶ୍ଵର,ଡିସେମ୍ବର୨୩ : ଆଜି ପ୍ରଧାନ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାରେ ପହଞ୍ଚିଛି। ଦିନିକିଆ ଓଡ଼ିଶା ଗସ୍ତ ଏବଂ ତିନି ଘଣ୍ଟାର ରହଣି ସମୟରେ ବେଳେ ମୋଦୀ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିବେ । ଏହା ସହିତ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ନାଇଜର୍‌ କ୍ୟାମ୍ପସ୍‌ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୧ଟା ୫ରୁ ମୋଦୀ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଅପରାହ୍ନ ୧ଟା ୦୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ । ସେଠାରୁ ହେଲିକ୍ୟାପ୍ଟର ଯୋଗେ ୧ଟା ୪୦ ରେ ଭୁବନେଶ୍ୱର ଆଇଆଇଟି ଯିବେ । ସେଠାରେ ପହଁଚି ୧ଟା ୪୦ରୁ ୨ଟା 25 ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ପରେ ଖୋର୍ଦ୍ଧା ନାଇଜର୍‌ ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ଜନସଭା ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ପୁଣି ଥରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ ଗୋଶାଳରେ ହେବାକୁ ଥିବା ଏହି ସାଧାରଣ ସଭାରେ ହଜାର ହଜାର ଲୋକ ଏକତ୍ରିତ ହେବେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏହା ସହିତ ୪ ଜଣ ଏସ୍‌ପି, ୩୦ ଜଣ ଡିଏସ୍‌ପି ଓ ୧୦ ଏସ୍‌ପି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ସେହିପରି ସଂପୂର୍ଣ୍ଣ ବରୁଣେଇ ପାହାଡ଼କୁ ପୋଲିସ କର୍ଡନ୍‌ରେ ରଖାଯିବ । ଏହା ସହିତ ସାଧାରଣ ସଭାରେ ପାଣି ପାଉଜ ଓ ପାଣି ବୋତଲ ନେବା ଉପରେ କଟକଣା ଜାରି କରାଯାଇଛି । ଏହା ଗାଡ଼ି ରଖିବା ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଇଆଇଟି ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ମୋଦୀଙ୍କ ଗସ୍ତ ପାଇଁ ଆଜି ମକ୍‌ ଡ୍ରିଲ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତାକାଲି ଗସ୍ତରେ ୧୪ ହଜାର ୫୨୩ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦୀ । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସର ଲୋକାର୍ପଣ, ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ, ଉର୍ଜ୍ଜା ଗଙ୍ଗା ଯୋଜନାରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ, ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲର ଶିଳାନ୍ୟାସ, ଏନଏଚ-୧୬ ଚଣ୍ଡିଖୋଲ-ଭଦ୍ରକର ୬ ଲେନ୍ ଓ କଟକ-ଅନୁଗୋଳ ୪ ଲେନ୍ ରାସ୍ତାର କାମର ଶୁଭାରମ୍ଭ, ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

ସେହିପରି ପୁଣି ଥରେ ଆସନ୍ତା ଜାନୁୟାରୀ ୫ରେ ମୟୁରଭଞ୍ଚ ବାରିପଦାକୁ ଆସିବେ । ସେଠାରେ ମୋଟ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପରେ ପୁଣି ମୋଦୀ ପଶ୍ଚିମ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି ।

By amfnews

Related Post