Sat. Mar 7th, 2026

ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସହ କୁଆପଥର ମାଡ଼

233 Views

ଭୁବନେଶ୍ୱର :  ଆଜି ରାଜ୍ୟରେ ବର୍ଷା ସହ କୁଆ ପଥର ମାଡ଼ ହେବ। ଘଡ଼ଘଡ଼ି ମାରିବ ଓ ପବନ ମଧ୍ୟ ବୋହିବ। ଏନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଡ୍ୟୁଟି ଅଫିସର ଅମିନ ସର୍ଦ୍ଦାର କହିଛନ୍ତି, “ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ଯାଏ ସୃଷ୍ଟି ହୋଇଛି ଟ୍ରପ୍ ଲାଇନ୍। ଏଥିଯୋଗୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବ। ଏହାସହ ୩୦ରୁ ୪୦ କିମି ବେଗରେ ପବନ ବହିବ।”

ସେ ଆହୁରି କହିଛନ୍ତି, “ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ହେବ। ଆସନ୍ତାକାଲି  ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ପରେ ପାଗ ଶୁଖିଲା ରହିବ।”

By amfnews

Related Post