Sun. Mar 16th, 2025

ଆଖି ପକ୍ଷରୁ ନିଶା ନିବାକରଣ ସଚେତନତା କାର୍ଯ୍ୟକ୍ରମ

By amfnews Sep 24, 2018 #Featured
160 Views

ରାଉରକେଲା, ୨୪ା୯  : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଖି ପକ୍ଷରୁ ଆଜି ଗଙ୍ଗାଧରପାଲୀ ଠାରେ ନିଶା ନିବାରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗଙ୍ଗାଧରପାଲୀ ବସ୍ତିରେ ୧୫ ଜଣ ଲୋକ ମହୁଲି, ପୋଚ, ମଦ, ହାଣ୍ଡିଆ, ଗଞ୍ଜେଇ ଭଳି ନିଶା କାରବାର କରୁଥିବା ନେଇ ଅନୁଷ୍ଠାନ ନିକଟରେ ଖବର ଥିଲା । ଆଜି ଆଖି ଅନୁଷ୍ଠାନର ୧୫୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ଏକଜୁଟ ହୋଇ ନିଶା କାରବାର କରୁଥିବା ପ୍ରତ୍ୟେକଙ୍କ ଘରକୁ ଘର ଯାଇ ନିଶା କାରବାର ବନ୍ଦ କରିବାକୁ ଲୋକମାନଙ୍କୁ ସଚେତନ କରାଇଛନ୍ତି ।

ସେହିପରି ବସ୍ତିରେ ରହୁଥିବା ଲୋକମାନଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ଅନୁଷ୍ଠାନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି ପ୍ରଶାସନ ପକ୍ଷରୁ ଏହି ବସ୍ତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଆନ୍ତା ତେବେ ବସ୍ତିରେ ହେଉଥିବା ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇପାରନ୍ତା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଅନୁରୂପ ଭାବେ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଅନୁଷ୍ଠାନର ଏକ ଦଳ ୟୁଜିଆଇଇ ମହାବିଦ୍ୟାଳୟ ପରିସରରେ ୨୦ରୁ ଊଦ୍ଧ୍ୱର୍ ଚାରା ରୋପଣ କରିଛନ୍ତି । ଏହି ଚାରା ମଧ୍ୟରେ ଆମ୍ବ, କାଜୁ, ଲିଚୁ ଭଳି ବହୁ ମୂଲ୍ୟବାନ ଚାରାମାନ ରହିଛି ।

ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନର ମାନସିକ ବିକଳାଙ୍ଗ ଦଳ ରାଉରକେଲା ରେଳ ଷ୍ଟେସନ ଭିତରେ ଅବହେଳିତ ଅବସ୍ଥାରେ ପଡିରହିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ପରିଷ୍କାର ପରିଚ୍ଛନ୍ନତା କରାଯିବା ସହ ତାଙ୍କୁ ନୂତନ ବସ୍ତ୍ରଦାନ ସହ ସୁସ୍ୱାଦୁ ଖାଦ୍ୟମାନ ଦିଆଯାଇଥିଲା । ପରେ ସମ୍ପୃକ୍ତ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଜାରି ରହିବ ବୋଲି କୁହାଯାଇଛି ।

ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ଅବିନାଶ ଶୁକ୍ଳା, ସିଲୁ ଦାସ, ଦେବିକା ମିଶ୍ର, ଜିତୁ ପ୍ରଧାନ, ନିରୂପମା ବଳିୟାରସିଂ, ବିବେକ ଅଗ୍ରୱାଲ, ଦୁଷ୍ମନ୍ତ ଦଳେଇ, ସାବିଦ୍ରୀ ସିଂହ, ଆଶିଷ ସାହୁ, ନିରଞ୍ଜନ ସାହୁ, ଶଶିକାନ୍ତ ମହାନ୍ତି, ନିହାରିକା, ଲକି, ବିଶ୍ୱଜିତ, ଅଭିଜତ, ସତ୍ୟ, ସୁବୋଧ, ପୁନମ, ସୁଭଦ୍ରା, ସିମରନ, ଅନୀଲ ଚାୱାଡା ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post