Tue. Nov 5th, 2024

ଆକ୍ସନ୍ ମୁଡ଼୍‌ରେ ଭିଜିଲାନ୍ସ , କେନ୍ଦ୍ର ସମବାୟ ବ୍ୟାଙ୍କ୍ ମ୍ୟାନେଜରଙ୍କ ଘରେ ଚଢାଉ

By Prasanta Patnaik Dec 31, 2020 #Featured
281 Views

ବଲାଙ୍ଗୀର,ଡିସେମ୍ବର 31 : କିଛିଦିନ ହେବ ଭିଜିଲାନ୍ସ ଜାଲରେ କିରାଣୀ ଠାରୁ ଆରମ୍ଭ କରି ଡ଼୍ରାଇଭର ପର୍ଯ୍ୟନ୍ତ ସମସ୍ତେ ଧରା ପଡ଼ୁଛନ୍ତି । ତେବେ ଆଜି କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ଲାଠୋର ଶାଖାର ମ୍ୟାନେଜର ବାବୁ ସାଗର ରଣା ଭିଜିଲାନ୍ସ ହାତ ରେ ଧରା ପଡ଼ିଛନ୍ତି ।

ସାଗର ରଣାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମ୍ୟାନେଜରଙ୍କ ଘରେ ଚାଲିଛି ଖୋଳତାଡ । ଟିଟିଲାଗଡ ବୟଜ ହାଇସ୍କୁଲ ପଡା ସ୍ଥିତ ନିଜ ଘର, ଘୁନସର ସ୍ଥିତ ଶ୍ଵଶୁର ଘରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ୍ ଆକାଉଣ୍ଟ ପାସବୁକ୍ ର ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ୍ । ତେବେ ଏପର‌୍ୟ୍ୟନ୍ତ କେତେ ସମ୍ପତ୍ତି, ଟଙ୍କାପଇସା ଜବତ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post