Fri. Mar 6th, 2026

ଆକାଶରେ ଉଡ଼ୁଥିବା ବେଳେ ବିମାନରେ ଲାଗି ଗଲା ନିଆଁ

200 Views

ପାଣାଜି  : ବଡ଼ ଦୁର୍ଘଟଣାର ବର୍ତ୍ତିଯାଇଛି ଗୋଆରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ। ଆକାଶରେ ଉଡ଼ୁଥିବା ସମୟରେ ଏହି ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହାପରେ ପୁଣି ଗୋଆ ବିମାନ ବନ୍ଦରକୁ ଫେରି ଆସି ଜରୁରୀ ଅବତରଣ କରିଛି। ଆଜି ରାତି ୧ଟାରେ ଏହି ବିମାନଟି ଗୋଆରୁ ଦିଲ୍ଲୀ ଅଭିମୁଖେ ୧୮୦ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା।

ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ନିଲେଶ କବରଲ ଥିଲେ। ଦିଲ୍ଲୀରେ ଆଜି ଏକ ସରକାରୀ ବୈଠକରେ ଯୋଗଦେବା ପାଇଁ ଆସୁଥିଲେ ନିଲେଶ। ବିମାନ ଅବତରଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଲେଶ କହିଛନ୍ତି ବିମାନଟି ରାତି ୧ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ପାଖାପାଖି ୧୫ ମିନିଟ୍ ବିମାନଟି ଉଡ଼ିବା ପରେ ତାର ବାମ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହାପରେ ବିମାନଟି ସଙ୍ଗେସଙ୍ଗେ ଗୋଆ ଅଭିମୁଖେ ଫେରିଆସିଥିଲା। କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିବା ସେ କହିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

By amfnews

Related Post