Fri. Mar 6th, 2026

ଆଇସିସି ଟିମ୍‌ରେ ସ୍ଥାନ ପାଇପାରିଲେନି ପାକିସ୍ତାନୀ ଖେଳାଳି

375 Views

ନୂଆଦିଲ୍ଲୀ, ଡିସେମ୍ବର ୨୮ : ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚଳିତ ଦଶନ୍ଧିର ଶ୍ରେଷ୍ଠ ଟିମ୍‌ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀଙ୍କୁ ଟି-୨୦ ଓ ଦିନିକିଆ ଅଧିନାୟକ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ସେହିଭଳି ବିରାଟ କୋହଲିଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ବିରାଟ ବିଶ୍ୱର ଏକମାତ୍ର ଖେଳାଳି ଅଟନ୍ତି, ଯିଏକି ୩ଟି ଯାକ ଫର୍ମାଟରେ ସ୍ଥାନ ପାଇପାରିଛନ୍ତି।

ଆଇସିସିର ଏହି ୩ଟି ଟିମରେ ଭାରତୀୟ ଖେଳାଳିଙ୍କ ସ୍ଥାନ ରହିଛି। ରୋହିତ ଶର୍ମାଙ୍କୁ ଦିନିକିଆରେ ଶାମିଲ କରାଯାଇଛି। ସେହିପରି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଟେଷ୍ଟଟିମରେ ସ୍ଥାନ ମିଳିଛି। ଏତଦ୍‌ ବ୍ୟତୀତ ଯଶପ୍ରୀତ ବୁମରା ଟି-୨୦ର ଅଂଶବିଶେଷ ହୋଇପାରିଛନ୍ତି। ଆଇସିସିର ଏହି ୩ଟି ଟିମରେ ପାକିସ୍ତାନର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଏହାକୁ ଦେଖି ଭାରତୀୟ ପ୍ରଶଂସକମାନେ ମଜା ନେଇଛନ୍ତି।
ଆଇସିସି ପୁରୁଷ ଟି-୨୦: ରୋହିତ ଶର୍ମା, କ୍ରିସ ଗେଲ୍‌, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମାକ୍ସେଓ୍ଵଲ, ଏମ୍‌ଏସ୍‌ ଧୋନୀ, କିରଣ ପୋଲାର୍ଡ, ରସିଦ ଖାନ, ଯଶପ୍ରୀତ ବୁମରା ଓ ଲାସିଥ ମାଲିଙ୍ଗା।
ଆଇସିସି ପୁରୁଷ ଦିନିକିଆ: ରୋହିତ ଶର୍ମା, ଡାଭିଡ ଓ୍ଵାର୍ଣ୍ଣର, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବୁଲ ହାସନ, ଏମ୍‌ଏସ୍‌ ଧୋନୀ, ବେନ୍‌ ଷ୍ଟୋକ୍‌ସ, ମିଚେଲ ଷ୍ଟାର୍କସ, ଟ୍ରେଣ୍ଟ ବୋଲ୍‌ଟ, ଇମ୍ରାନ ତାହିର ଓ ଲାସିଥ ମାଲିଙ୍ଗା।
ଆଇସିସି ପୁରୁଷ ଟେଷ୍ଟ: ଆଲିଷ୍ଟର କୁକ୍‌, ଡାଭିଡ ଓ୍ଵାର୍ଣ୍ଣର, କେନ୍‌ ଓ୍ଵିଲିୟମସନ୍‌, ବିରାଟ କୋହଲି, ଷ୍ଟିଭ୍‌ ସ୍ମିଥ, କୁମାର ସାଙ୍ଗାକାରା, ବେନ୍‌ ଷ୍ଟୋକ୍‌ସ, ଆର. ଅଶ୍ୱିନ, ଡେଲ୍‌ ଷ୍ଟେନ୍‌, ଷ୍ଟୁଆର୍ଟ ବ୍ରୋଡ ଓ ଜେମ୍‌ସ ଆଣ୍ଡରସନ୍‌।

By amfnews

Related Post