Mon. Mar 9th, 2026

ଆଇପିଏଲ୍‌ ନିଲାମ : ୩୩୨ ଖେଳାଳିଙ୍କ ଭାଗ୍ୟ ନିର୍ଧାରଣ ଆଜି

149 Views

କୋଲ୍‌କାତା : ଭାରତର ଲୋଭନୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ପାଇଁ ଖେଳାଳି ନିଲାମ ଆଜି ଅପରାହ୍‌ଣ ୩ଟା ୩୦ରେ କୋଲ୍‌କାତାରେ ଅନୁଷ୍ଠିତ ହେବ। ଇଂଲଣ୍ଡର ୬୦ ବର୍ଷୀୟ ହ୍ୟୁଜ୍ ଏଡ୍‌ମିଡେସ୍ ନିଲାମର ପ୍ରତିନିଧିତ୍ବ କରିବେ। ଏଥିରେ ୩୩୨ ଖେଳାଳିଙ୍କ ଭାଗ୍ୟ ନିର୍ଧାରଣ ହେବ।

ନିଲାମରେ ସାମିଲ୍ ଥିବା ୩୩୨ ଖେଳାଳିଙ୍କ ମଧ୍ୟରୁ ୧୩୪ ଆନ୍ତର୍ଜାତିକ ଖେଳାଳି ଥିବା ବେଳେ ୧୯୮ ଜଣ ଅଣଆନ୍ତର୍ଜାତିକ ଖେଳାଳି ରହିଛନ୍ତି। ଏହି ୩୩୨ ଜଣ ଖେଳାଳିଙ୍କ ମଧ୍ୟରେ ୧୮୬ ଭାରତୀୟ ଖେଳାଳି ରହିଛନ୍ତି। ବିଦେଶୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୩୫ ଖେଳାଳି ରହିଥିବା ବେଳେ ୟୁଏଇ, ଆମେରିକା ଓ ସ୍କଟଲାଣ୍ଡରୁ ଜଣେ ଲେଖାଏଁ ସାମିଲ ହୋଇଛନ୍ତି। ଅନ୍ୟ ଦେଶମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ୨୩, ଇଂଲଣ୍ଡରୁ ୨୨, ଵେଷ୍ଟଇଣ୍ଡିଜରୁ ୧୯, ନ୍ୟୁଜିଲାଣ୍ଡରୁ ୧୮, ଶ୍ରୀଲଙ୍କାରୁ ୧୪, ଆଫଗାନିସ୍ତାନରୁ ୭ ଓ ବାଂଲାଦେଶରୁ ୫ ଜଣ ଖେଳାଳି ନିଲାମରେ ରହିଛନ୍ତି। ନିଲାମରେ ସର୍ବାଧିକ ମୂଳଦର ୨ କୋଟି ଥିବା ବେଳେ ଏହି ତାଲିକାରେ ମୋଟ ୭ (ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍, କ୍ରିସ୍ ଲିନ୍, ମିଚେଲ୍ ମାର୍ସ, ଗ୍ଲେନ୍ ମ୍ୟାକ୍ସଵେଲ୍, ଡେଲ୍ ଷ୍ଟେନ୍ ଓ ଆଞ୍ଜେଲୋ ମାଥ୍ୟୁସ୍) ଜଣ ରହିଛନ୍ତି।

ନିଲାମ ପାଇଁ ୩୩୨ ଖେଳାଳି ଚୟନ ହୋଇଥିବା ବେଳେ ମୋଟ ୭୩ ଖେଳାଳିଙ୍କୁ କ୍ରୟ କରାଯିବାର ରହିଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ସର୍ବାଧିକ ୧୨ ଖେଳାଳି କିଣିବାର କ୍ଷମତା ରହିଥିଲା ବେଳେ ଚେନ୍ନାଇ ସୁପର୍ କିଙ୍ଗ୍ସ ୫ ଖେଳାଳିଙ୍କୁ କିଣିବାରେ ପାଇଁ ମନୋନିବେଶ କରିବ। ପ୍ରତିଦଳ ପାଖରେ ୮୪ କୋଟି ଟଙ୍କାରେ ସର୍ବାଧିକ ୨୫ ଖେଳାଳିଙ୍କୁ କିଣିବା ପାଇଁ ନିୟମ ରହିଛି। ତେବେ ଆଜିର ନିଲାମରେ କେଉଁ ଦଳ ପାଖରେ କେତେ ଟଙ୍କା ବଳକା ରହିଛି ଏବଂ କେତେ ଖେଳାଳିଙ୍କୁ କିଣିବେ ତା’ର ଏକ ତାଲିକା ଏଠାରେ ଉପସ୍ଥାପନ କରାଯାଇଛି।

By amfnews

Related Post