Mon. Dec 23rd, 2024

ଆଇପିଏଲ-୨୦୨୦: ପଂଜାବକୁ ପରାସ୍ତ କରିବା ପରେ କ’ଣ କହିଲେ ଏମ୍ଏସ୍ ଧୋନୀ

By amfnews Oct 5, 2020 #Featured
231 Views

ଦୁବାଇ, ଅକ୍ଟୋବର ୦୫  : ଆଇପିଏଲ-୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଉଦଘାଟନୀ ମ୍ୟାଚରେ ବିଜୟୀ ହେବା ପରେ ୩ଟି ମ୍ୟାଚରେ ଦଳ ହାରିଥିଲା । ମାତ୍ର ରବିବାର ଚେନ୍ନାଇ ଟିମ କିଙ୍ଗସ ଇଲେଭେନ ପଂଜାବକୁ ୧୦ ୱିକେଟରେ ପରାସ୍ତ କରିଛି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଶା ଯେ, ଟିମ ଆଗାମୀ ଦିନରେ ଭଲ ପ୍ରଦର୍ଶନ ଜାରି ରଖିବ । ପଂଜାବ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଆଗରେ ୧୭୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ମ୍ୟାଚ ଶେଷରେ ଧୋନୀ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି, ମୋତେ ଲାଗୁଛି ଯେ ଛୋଟ ଛୋଟ ଭୁଲ ଠିକ କରିଛୁ । ଏହା ଆମ ପାଇଁ ଜରୁରୀ ଥିଲା । ବ୍ୟାଟିଂରେ ଆମେ ଯେଭଳି ଭାବେ ଆରମ୍ଭ କରିଥିଲୁ, ଆରମ୍ଭରୁ ମଧ୍ୟ ଏମିତି ଦରକାର ଥିଲା । ଆଶା କରୁଛି ଯେ, ଆଗାମୀ ଦିନରେ ମଧ୍ୟ ଏହାର ପୁନରାବୃତ୍ତି ହେବ ।

ଶେନ ୱାଟସନ ଓ ଫାପ ଡୁ ପ୍ଲେସିସଙ୍କୁ ନେଇ ଧୋନୀ କହିଛନ୍ତି, ଏହି ଦୁଇ ବ୍ୟାଟ୍ସମ୍ୟାନ ଆକ୍ରମଣାତ୍ମକ ଶୈଳୀରେ ଖେଳନ୍ତି । ଏମାନେ ନେଟସରେ ଭଲ ସର୍ଟ ମାରିଥିଲେ । ଏହା କେବଳ  ସମୟର କଥା । ଫାଫ ସର୍ଟକୁ ନେଇ ଆମପାଇଁ ପ୍ରେରଣା ପାଲଟିଛନ୍ତି । ସେ ତାଙ୍କର ସର୍ଟ ବଳରେ ବୋଲରଙ୍କୁ ଅଡୁଆରେ ପକାଇଥାନ୍ତି ।

ଟିନ ଚୟନ ଉପରେ ତାଙ୍କର ଭରସା ରହିଛି । ଅନେକ ଥର କୋଚ ଷ୍ଟିଫେନ ଫ୍ଲେମିଂଙ୍କୁ ଧନ୍ୟବାଦ ମିଳି ନଥାଏ । କିନ୍ତୁ ଆମେ ତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା କରିଥାଉ । ଆମ ପାଖରେ ଏକ ଯୋଜନା ଥାଏ ।

ଚେନ୍ନାଇ ସୁପର କିଙ୍ଗସର ଶେନ ୱାଟସନ ଓ ଫର୍ମରେ ଥିବା ଫାଫ ଡୁ ପ୍ଲେସିସଙ୍କ ୧୮୧ ରନର ଉତ୍ତମ ଭାଗିଦାରୀ ବଳରେ ଟିମ ୧୭.୪ ଓଭରରେ ବିନା କୌଣସି ୱିକେଟ ହରାଇ ମ୍ୟାଚ ଜିତିଛି । ୱାଟସନ ୫୩ଟି ବଲ ଖେଲି ୮୩ ରନ ସଂଗ୍ରହ କରିଥିଲେ । ଏଥିରେ ସେ ୧୧ଟି ଚୌକା ଓ ୩ଟି ଛକା ମାରିଥିଲେ । ସେହିପରି ଡୁପ୍ଲେସିସ ୫୩ଟି ବଲ ଖେଳି ୧୧ଟି ଚୌକା ଓ ଗୋଟିଏ ଛକା ସହ ୮୭ ରନ ଯୋଡ଼ିିଥିଲେ ।

By amfnews

Related Post