128 Views
ରାଉରକେଲା, ୨୩/୭ : ଯୁବ ଆଇନଜୀବୀ ଓ ସାମ୍ବାଦିକ ସଂଜୟ ରାଉଳଙ୍କ ରାସ୍ତା ଦୁର୍ଘଟଣାରେ ହୋଇଥିବା ଅକାଳ ବିୟୋଗରେ ବିଧାୟକ ଦିଲୀପ ରାୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତ ହୋଇଥିବା ସ୍ୱର୍ଗତ ସଂଜୟଙ୍କ କନ୍ୟାର ଶ୍ରୀ ରାୟ ଆଶୁଆରୋଗ୍ୟ କାମନା କରିଛନ୍ତି ।
ସେହିପରି ଓକିଲ ସଂଘର ପୂର୍ବତନ ସଭାପତି ରମେଶ ବଳ ଏହି ଘଟଣାରେ ଗଭୀର ଶୋକ ପ୍ରକଟ କରିଛନ୍ତି । ଯୁବ ସାମ୍ବାଦିକତା କ୍ଷେତ୍ରରେ କେବଳ ନଥିଲେ ବରଂ ଜଣେ ଯୁବ ଆଇନଜୀବୀ ଓ କବି ଭାବେ ସେ ସଫଳ ପରିଚୟ ସୃଷ୍ଟି କରିଥିଲେ ବୋଲି ଶ୍ରୀ ବଳ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଶ୍ରୀ ବଳ ସମବେଦନା ଜଣାଇଛନ୍ତି ।