Sat. Mar 7th, 2026

ଆଇଡିଏଲ୍ କେମିକାଲ ୱାର୍କର୍ସ ୟୁନିୟନର ବିଶାଳ ସାଧାରଣ ସଭା

305 Views

ରାଉରକେଲା, ୨୭ା୮ : ସିଆଇଟିୟୁ ସହବନ୍ଧିତ ଆଇଡିଏଲ୍ କେମିକାଲ ୱାର୍କର୍ସ ୟୁନିୟନର ଏକ ବିଶାଳ ସାଧାରଣ ସଭା ୟୁନିୟନ କାର୍ଯ୍ୟାଳୟ ବିନୟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସିଆଇଟିୟୁ ରାଜ୍ୟ ସମ୍ପାଦକ ସାଥୀ ବିମାନ ମାଇତି ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ଷ୍ଟିଲ୍ ଏମ୍ପ୍ଲଇଜ୍ ଟ୍ରେଡ୍ ୟୁନିୟନ ସମ୍ପାଦକ ପି.ସି. ପ୍ରଧାନ, ଯୁବନେତା, ଆଇନ୍ଜୀବୀ ରାଜ କିଶୋର ପ୍ରଧାନ, ଚନ୍ଦ୍ରଭାନୁ ଦାସ, ଆଧୁନିକ ମେଟାଲିକ୍ସ ସଭାପତି ପି.ଏଲ୍. ମିଶ୍ର, ଯୁବନେତା ଅଶୋକ ଦାସଙ୍କ ସମେତ ଆଇଡିଏଲ୍ କେମିକାଲ ୱାର୍କର୍ସ ୟୁନିୟନର ପୂର୍ବତନ ସଭାପତି ଉଦୟନାଥ ସାହୁ, ପୂର୍ବତନ ସମ୍ପାଦକ ପୀତବାସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ଓ କୃଷକ ବିରୋଧି ନୀତିକୁ ବିରୋଧ କରି ସର୍ବନିମ୍ନ ୧୮ ହଜାର ଟଙ୍କା ମଜୁରୀ ଦାବିରେ ସେପ୍ଟେମ୍ବର ୫ ଦିଲ୍ଲୀ ଅଭିଯାନକୁ ସଫଳ କରିବା ପାଇଁ ରାଉରକେଲା ଜାଠା ବାହାରି ୟୁନିୟନ ଅଫିସ୍, ବିନୟ ଭବନ ଠାରେ ପହଞ୍ôଚଥିଲା । ଜାଠାରେ ଥିବା ଅଭିଯାତ୍ରୀ ଦଳକୁ ୟୁନିୟନ ସମ୍ପାଦକ ଅଲେଖ ସାହାଣୀ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ।

ସଭାପତିଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ୟୁନିୟନର ଉପସଭାପତି କାହ୍ନୁ ଚରଣ ସୂତାର ସଭାର ଆଭିମୁଖ୍ୟ ଓ ଠିକା ଶ୍ରମିକମାନଙ୍କ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବନମାଳୀ ଧୂପାଳ, ଶ୍ରୀମନ୍ତ ବେହେରା, ରାଜକିଶୋର ପ୍ରଧାନ, ଚନ୍ଦ୍ରଭାନୁ ଦାସ ନାରୀନେତ୍ରୀ ତାଜମୁନ ନେହାଲ, ପି.ଏଲ୍. ମିଶ୍ର, ଠିକା ଶ୍ରମିକନେତା କିଶୋର ଏକ୍କା, ଉଦୟନାଥ ସାହୁ, ଅଶୋକ ଦାସ, ପି.ସି. ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ୟୁନିୟନ ସମ୍ପାଦକ ଅଲେଖ ସାହାଣୀ ଧନ୍ୟବାଦ ଦେଇଥିଲେ ।

By amfnews

Related Post