Sat. Mar 7th, 2026

ଆଇଏସ୍‌ଏସ୍‌ଏଫ୍‌ ଓ୍ଵାର୍ଲଡ୍‌ କପ୍‌ରେ ସ୍ୱର୍ଣ୍ଣ ଜିଣିଲେ ଭାରତୀୟ ସୁଟର୍‌ ଏଲାେଓ୍ଵନିଲ୍‌ ଓ୍ଵାଲାରିଓ୍ଵାନ୍‌

206 Views

ରିଓ ଡି ଜେନିରୋ : ରିଓ ଡି ଜେନିରୋ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ରେ ଆୟୋଜିତ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ବର୍ଗରେ ବୁଧବାର ଦିନ ଭାରତୀୟ ସୁଟର୍‌ ଏଲାେଓ୍ଵନିଲ୍‌ ଓ୍ଵାଲାରିଓ୍ଵାନ୍‌ ସ୍ୱର୍ଣ୍ଣପଦକ ଜିଣିଛନ୍ତି।

ତାମିଲନାଡୁର ଏଇ ୨୦ ବର୍ଷୀୟ ସୁଟର୍‌ ୨୫୧. ୭ ପଏଣ୍ଟ୍‌ ହାସଲ କରି ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଇଂଲଣ୍ଡର ସିଓନେଡ୍‌ ମେକିନ୍‌ତୋଶ୍‌ ୨୫୦.୬ ପଏଣ୍ଟ୍‌ ହାସଲ କରି ରୌପ୍ୟପଦକ ଜିଣିଛନ୍ତି। ସିନିୟର୍‌ ଓ୍ଵାର୍ଲଡ୍‌ କପ୍‌ରେ ଏହା ହେଉଛି ଏଲାେଓ୍ଵନିଲ୍‌ଙ୍କର ପ୍ରଥମ ପଦକ। ପୂର୍ବରୁ ୨୦୧୮ରେ ସିଡ୍‌ନି ଏବଂ ସୁଲ୍‌ରେ ଆଇଏସ୍‌ଏସ୍‌ଏଫ୍‌ ଜୁନିୟର୍‌ ଓ୍ଵାର୍ଲଡ୍‌ କପ୍‌ରେ ସ୍ୱର୍ଣ୍ଣପଦକ ପାଇଥିଲେ।

ରିଓ ଠାରେ ବରିଷ୍ଠ ଭାରତୀୟ ସୁଟର୍‌ ଅଞ୍ଜୁମ୍‌ ମୌଦ୍‌ଗିଲ୍‌ ଏବଂ ଅପୂର୍ବୀ ଚାଣ୍ଡେଲାଙ୍କୁ ଟପି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସମର୍ଥା ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଶ୍ୱର ଦ୍ୱିତୀୟ ଅଞ୍ଜୁମ୍‌ ମୌଦ୍‌ଗିଲ୍‌ ୧୬୬. ୮ ହାସଲ କରି ଷଷ୍ଠ ସ୍ଥାନରେ ରହିଛନ୍ତି। ପୂର୍ବରୁ ଅପୂର୍ବୀ ଫାଇନାଲ୍‌କୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେ ୧୧ଶ ସ୍ଥାନରେ ଅଛନ୍ତି। ଅଞ୍ଜୁମ୍‌ କିନ୍ତୁ, ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ତାଙ୍କର କୋଟା ହାସଲ କରିସାରିଛନ୍ତି।

By amfnews

Related Post