Thu. Dec 26th, 2024

କେବଳ ମାଲ୍ୟା ନୁହଁନ୍ତି, ଆହୁରି ୫୮ ପଳାତକଙ୍କୁ ଫେରାଇବା ଲାଗି ଉଦ୍ୟମ କରୁଛନ୍ତି ସରକାର

By amfnews Dec 20, 2018 #Featured
276 Views

ନୂଆଦିଲ୍ଲୀ, ଡିସେମ୍ବର ୨୦ : କେନ୍ଦ୍ର ସରକାର ବୁଧବାର ସଂସଦରେ କହିଛନ୍ତି, ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୌକସୀ, ନୀତିନ ଏବଂ ଚେତନ ସନ୍ଦେସରା, ଲଲିତ ମୋଦୀ ସମେତ ୫୮ ଜଣ ପଳାତକଙ୍କୁ ଭାରତ ଫେରାଇଆଣିବାକୁ ଚାହୁଁଛନ୍ତି । ଏହି ଭାରତୀୟମାନେ ଦୁର୍ନୀତି ଜନିତ କାମରେ ଜଡ଼ିତ ରହି ଭାରତରୁ ପଳାୟନ କରି ବିଦେଶରେ ବସବାସ କରୁଛନ୍ତି । ଏହି ପଳାତକମାନଙ୍କୁ ଇଣ୍ଟରପୋଲ ରେଡ କର୍ଣ୍ଣନର ନୋସିଏ ଏବଂ ଏମାନଙ୍କୁ ଭାରତ ଅଣାଯିବା ପାଇଁ ଦାବି କରାଯାଇଛି ।

ସରକାର କହିଛନ୍ତି, ଏହି ୫୮ ପଳାତକଙ୍କ ବ୍ୟତୀତ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଡିଆରଆଇ ଭଳି ତଦନ୍ତ ସଂସ୍ଥା ଅନ୍ୟ ୧୬ ଜଣଙ୍କୁ ପ୍ରତ୍ୟାର୍ପଣ ପାଇଁ ୟୁଏଇ, ୟୁକେ, ବେଲଜିୟମ, ଇଜିପ୍ଟ, ଆମେରିକା, ଆଣ୍ଟିଗୁଆ ଭଳି ଦେଶ ନିକଟରେ ନିବେଦନ କରାଯାଇଛି । ଲୋକସଭାରେ ବୁଧବାର ବିଦେଶ ମନ୍ତ୍ରାଳୟ ଏକ ବିସ୍ତୃତ ଜବାବରେ କହିଛନ୍ତି, ଗତ ଅକ୍ଟୋବରରେ ସରକାର ଭିଭିଆଇପିି ହେଲିକପ୍ଟର କିଣି ଦୁର୍ନୀତି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କ ଭାରତ ପ୍ରତ୍ୟାର୍ପଣ ଲାଗି ଇଟାଲି ସହିତ ଆଲୋଚନା କରିଥିଲେ ।

ଏହା ପୂର୍ବରୁ ସିବିଆଇ କାର୍ଲୋ ଜିରୋସାଙ୍କ ପ୍ରତ୍ୟାର୍ପଣ ପାଇ ୨୦୧୭ ନଭେମ୍ବରରେ ଏବଂ ଗୁଇଡୋ ହେଶକ ପାଇଁ ୨୦୧୮ ଜାନୁୟାରୀରେ ଦାବି କରାଯାଇଥିଲା । ମାତ୍ର ଇଟାଲି ଏହି ୨ ଦାବିକୁ ଖାରଜ କରି ଦେଇଥିଲା । ତଦନ୍ତ ଅଧିକାରୀଙ୍କ କହିବା ଅନୁସାରେ ନିକଟରେ ବହୁ ଚର୍ଚ୍ଚିତ ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲା ସଂପୃକ୍ତ ଖ୍ରୀଷ୍ଟିଆନ ମିସେଲଙ୍କୁ ବିଦେଶରୁ ପ୍ରତ୍ୟାର୍ପଣ କରାଯାଇଛି ।

ନୀରବ ମୋଦୀଙ୍କ ସଂପର୍କରେ ବିଦେଶ ମନ୍ତ୍ରାଳୟ ନିଜର ଜବାବରେ କହିଛନ୍ତି, ତା’ର ବିରୋଧରେ ପୂର୍ବରୁ ରେଡ କର୍ଣ୍ଣର ନୋଟିସ ଜାରି କରିଦେଇଛି ଏବଂ ଇଂଲଣ୍ଡରେ ତା’ର ବିରୋଧରେ ଅଗଷ୍ଟରେ ପ୍ରତ୍ୟାର୍ପଣର ୨ ଅନ୍ୟ ଦାବି କରାଯାଇଛି । ଏଥି ସହିତ ନୀରବଙ୍କ ଭାଇ ନୀଶଲ ଏବଂ ସହଯୋଗୀ ସୁବାଷ ପରବଙ୍କୁ ମଧ୍ୟ ୟୁଏଇ ଠାରୁ ପ୍ରତ୍ୟାର୍ପଣ ପାଇଁ ଦାବି କରାଯାଇଛି ।

By amfnews

Related Post