268 Views
ନୂଆଦିଲ୍ଲୀ, ମେ ୧୮ : ହାର୍ଟ କେୟାର ଫାଉଣ୍ଡେଶନ ଅଫ୍ ଇଣ୍ଡିଆର ସଭାପତି ଏବଂ ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ (ଆଇଏମ୍ଏ)ର ପୂର୍ବତନ ସଭାପତି ପଦ୍ମଶ୍ରୀ ଡ. କେକେ ଅଗ୍ରୱାଲଙ୍କ ସୋମବାର ପରଲୋକ ହୋଇଯାଇଛି । ଡ. ଅଗ୍ରୱାଲଙ୍କୁ କରୋନା ସଂକ୍ରମଣ ହେବା ପରେ ଦିଲ୍ଲୀସ୍ଥିତ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ସୂଚନାଯୋଗ୍ୟ କେକେ ଅଗ୍ରୱାଲ ନିଜର ଟୁଇଟର ଆକାଉଣ୍ଟରେ ଗତ ୨୮ ତାରିଖରେ ସୂଚନା ଦେଇଥିଲେ ଯେ, ସେ କରାନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ କରୋନା ଟିକାର ଉଭୟ ଡୋଜ ଦିଆଯାଇଥିଲା । ମାତ୍ର କରୋନା ସଂକ୍ରମିତ ହେବା ପରେ ବି ସେ ଲୋକଙ୍କୁ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଉଥିଲେ । ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ଖବର ଦିଆଯାଇଛି ଯେ, ଅତ୍ୟନ୍ତ ଦୁଃଖର ସହିତ ସୂଚନା ପ୍ରଦାନ କରାଯାଉଛି ଯେ, କେକେ ଅଗ୍ରୱାଲଙ୍କ ମେ’ ୧୭ ତାରିଖ ରାତି ୧୧ଟା ୩୦ରେ କରୋନାରେ ଦୀର୍ଘ ଦିନ ଲଢ଼େଇ ପରେ ପରଲୋକ ହୋଇଯାଇଛି ।