Sat. Feb 22nd, 2025

ଆଇଏଫ୍ଏସ୍ ସ୍ତରରେ ଅଦଳବଦଳ

By amfnews Dec 7, 2019 #Featured
359 Views

ଭୁବନେଶ୍ବର : ଆଜି ରାଜ୍ୟ ସରକାର ଆଇଏଏସ୍ ଓ ଆଇଏଫ୍ଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି। ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ଡାକ୍ତର ମୋନା ଶର୍ମାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ବରିଷ୍ଠ ଆଇଏଏସ୍ ଗଗନ ବିହାରୀ ଧଳ ସ୍ବେଚ୍ଛାକୃତ ଅବସର ନେବା ପରେ ଏହି ପଦବିଟି ଖାଲି ପଡ଼ିଥିଲା।

ସେହିପରି ଭାରତୀୟ ଜଙ୍ଗଲ ସେବା ଅଧିକାରୀ ତଥା ଆଇଏଫ୍ଏସ୍ ସୁଦର୍ଶନ ପଣ୍ଡାଙ୍କୁ ପିସିସିଏଫ୍ ପଦବିକୁ ପଦୋନ୍ନତି ମିଳିଛି। ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଧିକାରୀ ଶ୍ରୀ ପଣ୍ଡା ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହାସହିତ ଓଏଫ୍ଏସଡିପିର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ତୁଲାଉଥିଲେ।

୧୯୯୧ ବ୍ୟାଚ୍ ଆଇଏଫ୍ଏସ୍ ତଥା ଓରସାକ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପି.କେ ମଲ୍ଲିକଙ୍କୁ ଅତିରିକ୍ତ ପିସିସିଏଫ୍ ପଦବିକୁ ପଦୋନ୍ନତି ମିଳିଛି। ସେହିପରି ୨୦୦୭ ବ୍ୟାଚ୍ ଆଇଏଫ୍ଏସ୍ ଅଧିକାରୀ ତଥା ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ମହାପ୍ରବନ୍ଧକ ଥିବା ରୋହିତ କୁମାର ଲେଙ୍କାଙ୍କୁ ବଣାଇ ପିସିସିଏଫ୍ ଅଫିସ ମୁଖ୍ୟ ଭାବେ ବଦଳି କରାଯାଇଛି। ଝାରସୁଗୁଡ଼ା ଡିଏଫଓ ଥିବା ୨୦୧୩ ବ୍ୟାଚ୍ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ କୁମାରଙ୍କୁ ବଦଳି କରାଯାଇ ପୁରୀ ଜଙ୍ଗଲ ଡିଭିଜନର ଡିଏଫଓ ଭାବେ ନିଯୁକ୍ତି ଦିଆଯାଇଛି।

By amfnews

Related Post