Mon. Nov 25th, 2024

ଆଇଏନଏକ୍ସ ମିଡିଆ ମାମଲାୱ ପୂର୍ବତନ ମାଲିକ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜେରା କରିବ ସିବିଆଇ

By amfnews Sep 10, 2019 #Featured
201 Views

ମୁମ୍ୱାଇ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଇନ୍ଦ୍ରାଣି ମୁଖାର୍ଜୀଙ୍କୁ ପଚରାଉଚରା କରିବ। ଏଥିପାଇଁ ସୋମବାର ସିବିଆଇର ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଛନ୍ତି। ୪୭ ବର୍ଷୀୟ ଇନ୍ଦ୍ରାଣୀଙ୍କୁ ସକାଳ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ସିବିଆଇ ପଚରାଉଚରା କରିବ ବୋଲି ସିବିଆଇର ସ୍ୱତନ୍ତ୍ର ଅଦାଲତର ଜଜ୍‌ ଜେସି ଜଗଦଲେ ଶୁଣାଣି କରି କହିଛନ୍ତି।

ସୂଚନାଯୋଗ୍ୟ, ଆଇଏନଏକ୍ସ ମଡିଆର ପୂର୍ବତନ ମାଲିକ ଅଟନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ। ଏବେ ସେ ଓ ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ଝିଅ ଶୀନା ବୋରାକୁ ହତ୍ୟା ମାମଲାରେ ଅଭିଯୁକ୍ତ ଭାବରେ ମୁମ୍ୱାଇର ବାଇକୁଲ୍ଲା ଜିଲ୍ଲା ଜେଲରେ ଅଛନ୍ତି।

ପୂର୍ବରୁ ଆଇଏନଏକ୍ସ ମିଡିଆ ମାମଲାରେ ରାଜସାକ୍ଷୀ ଭାବରେ ପି. ଚିଦାମ୍ୱରମ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କ ନାଁରେ ଇନ୍ଦ୍ରାଣୀ ମୁଖାର୍ଜୀ କୋର୍ଟରେ ନିଜର ବୟାନ ରଖି ସାରିଛନ୍ତି। ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେଳେ ତାଙ୍କ ନର୍ଥ ବ୍ଲକ କାର୍ଯ୍ୟାଳୟରେ ସେ ଓ ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ତାଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଭେଟିଥିଲେ ବୋଲି କୋର୍ଟରେ କହି ସାରିଛନ୍ତି ଇନ୍ଦ୍ରାଣୀ। ଏମିତିକି ଚିଦାମ୍ୱରମ ପୁଅ କାର୍ତ୍ତୀଙ୍କ ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ସହଯୋଗ କରିବା ପାଇଁ କହିଥିଲେ ବୋଲି ଇନ୍ଦ୍ରାଣୀ କୋର୍ଟରେ କହି ସାରିଛନ୍ତି। ଏବେ ଆଉ କିଛି ଆର୍ଥିକ ମାମଲାରେ ଇନ୍ଦ୍ରାଣୀଙ୍କୁ ସିବିଆଇ ପଚରା ଉଚରା କରିବ ବୋଲି ଜଣାପଡ଼ିଛି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଅଗଷ୍ଟ ୨୧ରେ ପି ଚିଦାମ୍ୱରମଙ୍କୁ ଗିରଫ କରିଥିଲା। ଏବେ ସେ ତିହାର ଜେଲରେ ୧୯ ତାରିଖ ଯାଏ ରହିବେ। ମେ ୧୫, ୨୦୧୭ରେ ସିବିଆଇ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଏଫଆଇଏର ଦାୟର କରିଥିଲା। ୨୦୦୭ରେ ଅର୍ଥମନ୍ତ୍ରୀ ଥିବା ବେଳେ ଚିଦାମ୍ୱରମ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ୩୦୫ କୋଟି ଟଙ୍କା ଲାଭ ପାଇଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି।

By amfnews

Related Post