Wed. Mar 11th, 2026

ଆଇଆଇଇସି ଆୟୋଜନ କରୁଛି ସଶକ୍ତିକରଣର ପାର୍ବଣ ‘ଯାଜ୍‌ବା’, ଓଡ଼ିଶାରୁ ଯୋଗଦେବେ ୪୦୦ ଛାତ୍ରଛାତ୍ରୀ

189 Views

ଭୁବନେଶ୍ବର : ‘ ଇଣ୍ଡିଆନ୍‌ ଇନୋଭେସନ୍‌ ଆଣ୍ଡ ଏଣ୍ଟର୍‌ପ୍ରିନିୟର୍‌ସିପ୍‌ କମ୍ୟୁନିଟି’ (ଆଇଆଇଇସି) ଆୟୋଜନ କରୁଛି ସଶକ୍ତିକରଣର ପାର୍ବଣ ‘ଯାଜ୍‌ବା’। ଓଡ଼ିଶା, ଦିଲ୍ଲୀ, ଜୟପୁର ସମେତ ଦେଶର ଇଞ୍ଜିନିୟରିଂ ଯୁବକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ସାରାଦେଶରେ ବେରୋଜଗାରୀ ଏବେ ଏକ ମୁଖ୍ୟ ସମସ୍ୟା ଏବଂ ବହୁ ଯୁବକଙ୍କୁ କାମ ଅ‌େନ୍ବ‌ଷଣ ପାଇଁ ନିଜ ସହର ଛାଡ଼ି ମେଟ୍ରୋ ସହରାଭିମୁଖୀ ବାହାରକୁ ହେବାକୁ ପଡ଼ୁଛି। ଏପରିକି ଦେଶ ବାହାରକୁ ବି ଯିବାକୁ ପଡ଼ୁଛି। ଯୁବକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ ହେବାକୁ ଚାହୁଁଛନ୍ତି ମାତ୍ର ଏଥିପାଇଁ ପର୍ଯ୍ୟାପ୍ତ ସୁଯୋଗ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆଇଆଇଇସି ପକ୍ଷରୁ ଏକ ଦିନିକିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୈଷୟିକ ବିଶେଷଜ୍ଞ ତଥା ପ୍ରେରଣାଦାୟୀ ବକ୍ତା ବିମଲ ଦାଗା କାର୍ଯ୍ୟକ୍ରମର ଆୟୋଜନ ସହିତ ଡିଜିଟାଲ ଶିକ୍ଷା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ବାର୍ତ୍ତା ପ୍ରଦାନ କରିବେ। ଏଥିରେ ରାଜ୍ୟରୁ ୪୦୦ ଜଣ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଏଥିପାଇଁ କୌଣସି ଶୁଳ୍କ ପଡ଼ିବ ନାହିଁ ବୋଲି ଅ‌ାୟାଜକଙ୍କ ପକ୍ଷରୁ କୁହାଯାଇଛି।

By amfnews

Related Post