Sun. Mar 8th, 2026

ଅସ୍ତରଙ୍ଗରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣଙ୍କୁ ଉଠାଇ ନେଲା ପୁଲିସ

139 Views

ଅସ୍ତରଙ୍ଗ  : ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍ ଆଜି ଜଣେ ଯୁବକକୁ ଘରୁ ଉଠାଇ ନେଇଥିବାର ସୂଚନା ମିଳିଛି। ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ଗ୍ରାମର ଭ୍ରମ ବେହେରାଙ୍କ ପୁଅ ଦେବୀ ପ୍ରସାଦ ବେହେରାଙ୍କୁ ପୁଲିସ ଉଠାଇ ନେଇ ଥାନାରେ ପଚରାଉଚରା କରୁଥିବା ଜଣାଯାଇଛି। ଦେବୀ ପ୍ରସାଦ ବେହେରାଙ୍କ ବୟସ ୩୦ ବର୍ଷ ବୋଲି କୁହାଯାଉଛି। ଏବେ ସେଠାରେ ଡିଏସପି ଶରତ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିବାର ସୂଚନା ରହିଛି।

ଏହି ମରଣାନ୍ତକ ଆକ୍ରମଣ ଘଟଣାରେ କୁଖ୍ୟାତ ଅପରାଧୀ ଥିବାର ସନ୍ଦେହ କରାଯାଉଛି। ଏହି ଅଞ୍ଚଳରେ ବ୍ରାଉନସୁଗାର କାରବାରକୁ ନେଇ ଏହି ଘଟଣା ଘଟିଥିବା କଥା ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଆଳ ସାହି ଭୀମାଛକରେ ବାପା-ପୁଅଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେମାନେ ୪ ଜଣ ଥିବା କୁହାଯାଉଛି। ଭୁଜାଲି ଓ ଚାପଡ଼ରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପୁଅ ଦିଲୀପଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

By amfnews

Related Post