Sat. Mar 7th, 2026

ଅଶ୍ଳୀଳ ଭିଡିଓ ଭାଇରାଲ୍‌ : ଥାନାରେ ଅଭିଯୋଗ କଲେ ନାବାଳିକା ପରିବାର

247 Views

ଢେଙ୍କାନାଳ/ଗଁଦିଆ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକା‌େର ଗତକାଲି ପ୍ରେମ-ଭିଡ଼ିଓ ଚାଟିଂ ପରେ ଅଶ୍ଳୀଳ ଭିଡିଓ ଭାଇରାଲ ଓ ଶେଷରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣା ଜିଲ୍ଲାବାସୀଙ୍କୁ ହତବାକ୍‌ କରି ଦେଇଛି। ଢେଙ୍କାନାଳ ଜିଲ୍ଲା‌େର ଆଉ ଏକ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଘଟଣା ପଦାକୁ ଆସିଛି। ଏଥିରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଜଣେ ନାବାଳିକାଙ୍କ ନଗ୍ନ ଚିତ୍ର ଭାଇରାଲ କରାଯାଇଛି। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଗଁଦିଆ ଥାନା ପୁଲିସ ଭିଡ଼ିଓ ଉଠାଯାଇଥିବା ମୋବାଇଲ୍‌ ଜବତ କରିବା ସହିତ ନାବାଳକଙ୍କୁ ପୁଲିସ ଧରିଛି।

ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉଭୟ ପୁଅ ଓ ଝିଅ ହେଉଛନ୍ତି ଗୋଟିଏ କଲେଜର। ନାବାଳକ ପୁଅ ଯୁକ୍ତ ଦୁଇ ପାଠ ପଢ଼ି ସାରିଥିବା ବେଳେ ଝିଅ ଜଣକ ଏବେ ଯୁକ୍ତ ଦୁଇର ଛାତ୍ରୀ। ଭିଡ଼ିଓ ସୁଟିଂ ହୋଇଥିବା ମୋବାଇଲ୍‌କୁ ତା’ ଠାରୁ ପୁଲିସ ଜବତ କରିଛି। ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇ ନାହିଁ। ଏନେଇ ଗଁଦିଆ ଥାନାରେ ୧୭ନମ୍ବରରେ ଏକ ମାମଲା ରୁଜୁ ହୋଇଛି।

By amfnews

Related Post