176 Views
ଅଲିଭ୍ ରିଡ୍ଲେ କଇଁଛମାନେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ପୁଣି ଥରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରାୟ ୧୦ ହଜାର ଅଲିଭ ରିଡ୍ଲେ ଦୁଇଦିନ ମଧ୍ୟରେ ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି । ଗତ ଫେବୃଆରୀ ୨୦ ତାରିଖରେ ପ୍ରାୟ ୪ ଲକ୍ଷରୁ ଅଧିକ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ, ଏହାର ୫୦ ଦିନ ପରେ ଲକ୍ଷାଧିକ କଇଁଛ ଛୁଆ ସମୂଦ୍ର ମୁହାଁ ହୋଇଥିଲେ । ଏବେ କଇଁଛ ଛୁଆ ସମୂଦ୍ର ମୁହାଁ ହୋଇଥିବା ବେଳେ ପୁଣି ଥରେ ଅଲିଭ ରିଡ୍ଲେଙ୍କ ଅଣ୍ଡାଦାନ ବନବିଭାଗକୁ ସମସ୍ୟାରେ ପକାଇଛି । ସୂଚନା ଅନୁଯାୟୀ ପୂର୍ବରୁ ୨୦୦୬ ଏବଂ ୨୦୧୨ ମସିହାରେ ଅଲିଭ ରିଡ୍ଲେ ଏପରି ସମୂହ ଅଣ୍ଡାଦାନ କରିଥିଲେ ।