210 Views
ପୂର୍ବ କାମେଙ୍ଗ : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ଆଜି (ଶନିବାର) ଭୋର ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୫ ଥିଲା ବୋଲି କୁହାଯାଇଛି । ଗତ ୨୪ ଘଣ୍ଟା ଭିତରେ ଏହା ହେଉଛି ଚତୁର୍ଥ ଭୂମିକମ୍ପ । ତେବେ ମିଳିଥିବା ସୂଚନା ଅନୁସାରେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ଅଥବା ଧନଜୀବନ ହାନି ଘଟି ନାହିଁ । ପଶ୍ଚିମ କାମେଙ୍ଗ ଜିଲ୍ଲାର ବୋମଡିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।