171 Views
ମୁମ୍ବାଇ : ରବିବାର ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ନୂଆଦିଲ୍ଲୀର ନିଗମ ଘାଟଠାରେ ହେଉଥିବା ବେଳେ ଅନେକଙ୍କ ମୋବାଇଲ୍ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ତେବେ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ବୁବୁଲ୍ ସୁପ୍ରିୟ ଓ ସୋମ୍ ପ୍ରକାଶଙ୍କ ଫୋନ୍ ମଧ୍ୟ ଚୋରି ହୋଇଥିବା ଜାଣିବାକୁ ମିଳିଛି। ପୁଲିସ୍ ପକ୍ଷରୁ ଜାଣିବାକୁ ମିଳିଛି ଯେ ବାବୁଲ ସୁପ୍ରିୟ ତାଙ୍କ ଫୋନ୍ ଚୋରି ନେଇ ଥାନାରେ ଅଭିଯୋଗ ଆଣିଛନ୍ତି।
ବାବୁଲ ସୁପ୍ରିୟ ଅଭିଯୋଗ ଆଣି କହିଛନ୍ତି ଯେ ସେ ଓ ତାଙ୍କ ସଚିବ ଉଭୟଙ୍କ ଫୋନ୍ ଚୋରି ହୋଇଛି। ସେ କହିଛନ୍ତ ଯେ ସେଠାରେ ଏକ ସ୍ଥାନରେ ପାଣି ଜମି ଯାଇଥିବାରୁ ଲୋକ ଭିଡ଼ ଜମିଥିଲା। ଏହି ଲୋକ ଭିଡ଼ର ସୁଯୋଗ ନେଇ ଚୋର ପକେଟ୍ ମାରୁ କରିଥାଇପାରେ।