ଭୁବନେଶ୍ବର : ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଲେଖିଛନ୍ତି ଯେ ସେ ଅରୁଣ ଜେଟଲୀଙ୍କ ପରଲୋକରେ ମର୍ମାହତ। ଅରୁଣ ଥିଲେ ଜଣେ ବିଚକ୍ଷଣ ଆଇନଜୀବୀ,ସାଂସଦ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ। ଶାସନରେ ତାଙ୍କର ଯୋଗଦାନ ସୁଦୂରବିସ୍ତାରୀ।’
Deeply saddened to hear about passing away of former Union Minister Arun Jaitley ji. He was a distinguished lawyer, parliamentarian and an erudite person. His contribution to governance has been profound. Heartfelt condolences to the bereaved family, friends and followers.
ଠିକ ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି ଯେ ସେ ତାଙ୍କର ମାର୍ଗଦର୍ଶକ ,ଶିକ୍ଷକ ତଥା ଜଣେ ବନ୍ଧୁଙ୍କୁ ହରାଇଛନ୍ତି। ଅରୁଣଜୀ ଦେଶର ଜଣେ ସର୍ବୋତ୍ତମ ଅର୍ଥମନ୍ତ୍ରୀ ଥିଲେ।
Distraught by the demise of my friend, philosopher and teacher Shri Arun Jaitley ji. Articulate, suave and a master strategist, Jaitley Sahab served mother India in many roles in his illustrious political career. He was one of the finest Finance Minister that India ever had.
ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାୟକ ନିଜର ଶୋକ ବାର୍ତ୍ତାରେ କହିଛନ୍ତି ‘ଦିବଙ୍ଗତ ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି । ତାଙ୍କର ବିୟୋଗରେ ଭାରତମାତା ତାର ଏକ ସୁଯୋଗ୍ୟ ସନ୍ତାନ ହରାଇଲା । ଭାରତୀୟ ଅର୍ଥନୀତିକୁ ତାଙ୍କର ଅଵଦାନ ଅବିସ୍ମରଣୀୟ ।’