Tue. Mar 10th, 2026

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରିବେ ଆସାମର ମୁସଲମାନ ସଂଗଠନ

242 Views

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାପରେ ଆସାମର ଏକ ମୁସଲମାନ ସଂଗଠନ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରାଯିବା ନେଇ ଘୋଷଣା କରାଯାଇଛି। ୨୧ଟି ସଂଗଠନକୁ ନେଇ ଗଠିତ ଜନଗୋଷ୍ଠୀୟ ସମନ୍ବୟ ପରିଷଦ, ଆସାମର ମୁଖ୍ୟ ଆବାହକ ତଥା ଆସାମ ସଂଖ୍ୟାଲଘୁ ବିକାଶ ବୋର୍ଡର ଅଧ୍ୟକ୍ଷ ମୋମିନୁଲ ଅୱଲ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ସଂଗଠନ ପକ୍ଷରୁ ରାମ ମନ୍ଦିର ଟ୍ରଷ୍ଟକୁ ୫ଲକ୍ଷ ଟଙ୍କା ଦାନ କରାଯିବ।

ଠିକ୍ ସେହିପରି ମୁସଲମାନ ଛାତ୍ରସଂଘ ଅଲ ଆସାମ ଗୋରୀୟ ମୋରୀୟ ଯୁବଛାତ୍ର ପରିଷଦ ପକ୍ଷରୁ ବି ରାମ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟକୁ ୫ଲକ୍ଷ ଟଙ୍କା ଦାନ କରାଯିବ ବୋଲି ଘୋଷଣା ହୋଇଛି।
ସୂଚନାଯୋଗ୍ୟ ,ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସଜିଦ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଅଯୋଧ୍ୟା ମାମଲାର ଶୁଣାଣି କରି ଗତ ଶନିବାର ଦିନ ସୁପ୍ରିମ୍ କୋର୍ଟ କହିଥିଲେ।

ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ। ଅଯୋଧ୍ୟା ବିବାଦର ରାୟ ପାଠ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ, ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଅପୂର୍ଣ୍ଣ ସୂଚନା ଓ କାଳ୍ପନିକ ବୋଲି କହି ଏଡ଼ାଇ ହେବନାହିଁ। ବାବ୍ରି ମସଜିଦ ଫାଙ୍କା ଜମି ଉପରେ ନିର୍ମାଣ କରାଯାଇ ନ ଥିଲା।

By amfnews

Related Post