Sat. Nov 16th, 2024

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ନେଇ 60 କୋଟି ଟଙ୍କା ଦାନ କରିସାରିଲେଣି ଭକ୍ତ

By amfnews Aug 24, 2020 #Featured
130 Views

ଅଯୋଧ୍ୟା, ଅଗଷ୍ଟ ୨୪ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନେ ଖୋଲା ମନରେ ଦାନ କରୁଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ 60 କୋଟିରୁ ଅଧିକ ଟଙ୍କା ଦାନ ଆକାରରେ ଭକ୍ତଙ୍କ ଠାରୁ ମିଳିସାରିଲାଣି । ଏହାପୂର୍ବରୁ, ରାମ ଜନ୍ମଭୂମି ନ୍ୟାସ ନିକଟରେ ଥିବା 12 କୋଟି ଟଙ୍କାକୁ ପରେ ଗଠନ ହୋଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି । ଟ୍ରଷ୍ଟ ଗଠନ ପରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଟଙ୍କା ଦାନ ଜରିଆରେ ଭକ୍ତମାନେ ପ୍ରଦାନ କରାସାରିଲେଣି ।

ଏହା ବ୍ୟତୀତ ଟ୍ରଷ୍ଟ ଗଠନ ପରେ ଦୁଇ କ୍ୱିଣ୍ଟାଲ ରୂପା ମଧ୍ୟ ଦାନ ଆକାରରେ ଭକ୍ତ ମାନେ ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ, ଫୈଜାବାଦ ଟ୍ରେଜେରୀରେ ପୂର୍ବରୁ ରଖାଯାଇଥିବା ରୂପା ଏବଂ ପ୍ରାୟ 250 ଗ୍ରାମ ସୁନା ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ । ବର୍ତ୍ତମାନ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଏଫସିଆରଏର ସୁବିଧା ପାଇବାକୁ ଚେଷ୍ଟା କରୁଛି, ଯାହା ଦ୍ୱାରା ବିଦେଶୀ ଦାତାମାନେ ମଧ୍ୟ ରାମ ମନ୍ଦିର ପାଇଁ ଦାନ କରିପାରିବେ ।

ଟ୍ରଷ୍ଟ ଅନୁଭବ କରୁଛି ଯେ ବିଦେଶୀ ଦାତାମାନଙ୍କ ଦ୍ୱାରା ଦାନ କରାଯାଇଥିବା ଅର୍ଥ ଦେଶର ଦାତାଙ୍କ ତୁଳନାରେ ଅଧିକ ହେବ ଏବଂ ଏଥିପାଇଁ ବ୍ୟାଙ୍କ ମଧ୍ୟ ସ୍ଥିର କରାଯାଇଛି । ଏହି ଟ୍ରଷ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବିଦେଶୀ ଦାତାମାନଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିବ ନେଇ ବ୍ୟବସ୍ଥା କରୁଛି ।

ସରାୟୁ ଆରତୀ ସମିତିର ସଭାପତି ମହନ୍ତ ଶଶିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭକ୍ତମାନେ ପ୍ରାୟ 50 କୋଟି ଟଙ୍କା ଦାନ କରିଛନ୍ତି। ପ୍ରାୟ 12 କୋଟି ପୂର୍ବରୁ ରାମ ଜନ୍ମଭୂମି ନ୍ୟାସ କମିଟି ନିକଟରେ ରହିଥିଲା | ଆଜି ବି ଭକ୍ତମାନେ ନିରନ୍ତର ଦାନ କରୁଛନ୍ତି । ଅଯୋଧ୍ୟା ସାଧୁ ଏବଂ ସନ୍ଥମାନେ ମଧ୍ୟ ସେବାରେ ନିୟୋଜିତ ଅଛନ୍ତି । ତେଣୁ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥର କୌଣସି ଅସୁବିଧା ହେବ ନାହିଁ ।

By amfnews

Related Post