Tue. Dec 24th, 2024

ଅଯୋଧ୍ୟାରେ ଜଳିଲା ସାଢ଼େ ୬ ଲକ୍ଷ ଦୀପ

By amfnews Nov 14, 2020 #Featured
140 Views

ଲଖନଉ, ନଭେମ୍ବର ୧୪ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୬ ଲକ୍ଷ ୬ହଜାର ୫୬୯ଟି ଦୀପ ଜଳାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ‘ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ’ ପ୍ରତିଷ୍ଠା କରିଛି । ଉତ୍ତର ପ୍ରଦେଶ ସରକାର ଦ୍ୱାରା ଜାରି ଏକ ବୟାନ ଅନୁସାରେ ‘ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ’ର ପ୍ରତିନିଧି ଅଯୋଧ୍ୟାରେ ଦୀପୋତ୍ସବକୁ ଦେଖିଛନ୍ତି । ଏହି ସମୟରେ ୬ ଲକ୍ଷ ୬ ହଜାର ୫୬୯ ଦୀପ ଜଳିଥିଲା । 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ନୂଆ ରେକର୍ଡ ପ୍ରତିଷ୍ଠାରେ ରାମ ଭକ୍ତଙ୍କ ସମେତ ସମସ୍ତ ଅଯୋଧ୍ୟାବାସୀଙ୍କ ଯୋଗଦାନ ରହିଛି । ସେ କହିଛନ୍ତି ଆସନ୍ତା ବର୍ଷ ଏହି ରେକର୍ଡ ମଧ୍ୟ ଅତିକ୍ରମ କରିବ । ସେ କହିଛନ୍ତି, ଆସନ୍ତାବର୍ଷ ଦୀପୋତ୍ସବରେ ୭.୫ ଲକ୍ଷ ଦୀପ ଜଳିବ । ପ୍ରଦୂଷଣ ମୁକ୍ତ ଦୀପାବଳି ନେଇ ଯୋଗୀ କହିଛନ୍ତି । କୌଣସି ପର୍ବରେ ଲୋକେ ଏକାଠି ହେଲେ ଏହା ସଫଳ ହୋଇଥାଏ । 

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ସରଯୁ ନଦୀ କୂଳରେ ଶୁକ୍ରବାର ଭବ୍ୟ ଦୀପୋତ୍ସବ ଉଦଘାଟନ କରୁଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସରଯୁ କୂଳରେ ଆରତୀ କରିଥିଲେ । କୋଭିଡ-୧୯ ପ୍ରୋଟୋକଲ କାରଣରୁ ନୂଆ ଘାଟରେ ବିଭିନ୍ନ ଆରତୀ ସ୍ଥଳ କରାଯାଇଥିଲା । ଦୀପୋତ୍ସବରେ ପରେ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ମନ୍ଦିର ଯାଇ ରାମଲଲାଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଓ ଅନେକ ଟ୍ରଷ୍ଟି ଉପସ୍ଥିତ ଥିଲେ । 

By amfnews

Related Post