Thu. Jan 16th, 2025

ଅଯୋଧ୍ୟା ମାମଲାର ପୁନିର୍ବିଚାର ଆବେଦନ କଲେ ତାହା ଭୁଲ ସଂକେତ ଦେବ : ସଂଖ୍ୟାଲଘୁ ଆୟୋଗ ମୁଖ୍ୟ

By amfnews Nov 25, 2019 #Featured
112 Views

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ ଏକ ପୁନର୍ବିଚାର ମାମଲା ଆଗତ କରିବାକୁ ବିରୋଧ କରି ଜାତୀୟ ସଂଖ୍ୟାଲଘୁ ଆୟୋଗର ଗୟରୁଲ ହାସାନ ରିଜଭୀ । ସେ କହିଛନ୍ତି ସାଂପ୍ରଦାୟିକ ସୌହାର୍ଦ୍ଦ ପାଇଁ ମୁସଲିମ ପକ୍ଷ ଏଥିରୁ ଦୂରେଇ ରହିବା ଆବଶ୍ୟକ ।
ସେ ସହିଛନ୍ତି ମୁସଲିମ ପକ୍ଷ ଅଯୋଧ୍ୟା ମାମଲାର ପୁନର୍ବିଚାର ମାମଲା ଆଗତ କଲେ ତାହା ଏକ ଭୁଲ ସଂକେତ ଦେବ ଯେ ମୁସଲିମମାନେ ହିନ୍ଦୁମାନଙ୍କ ପବିତ୍ର ତୀର୍ଥକ୍ଷେତ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଛନ୍ତି ଓ ଏ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ରାୟ ପ୍ରକାଶ ପୂର୍ବରୁ ମୁସଲିମ ପକ୍ଷ ଏପିରିକି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କୋର୍ଟ ଯାହାବି ରାୟ ଦେବେ ତାହାକୁ ଗ୍ରହଣ କରାଯିବ । ଏବେ ରିଭ୍ୟୁ ପିଟିସନ ଦାଏର କରିବା ସେହି ପ୍ରତିଶ୍ରୁତି ଭାଙ୍ଗିବ ସଦୃଶ ହେବ । ସେ ଆହୁରି ମଧ୍ୟ କହଛନ୍ତି ଯେ ମୁସଲିମ ପକ୍ଷର କେତେକ ଲୋକ କେବଳ ନିଜର ଅହଂକାର ପାଇଁ ରିଭ୍ୟୁ ପିଟିସନ ଦାଏର କରିବା କଥା କହୁଛନ୍ତି । ଅଯୋଧ୍ୟାରେ ଆହୁରି ୭-୮ଟି ମସଜିଦ ରହିଛି । ହିନ୍ଦୁମାନେ କେବଳ ଗୋଟିଏ ସ୍ଥାନ ଚାହୁଁଛନ୍ତି । ହିନ୍ଦୁମାନଙ୍କୁ ସେହି ସ୍ଥାନ ଦିଆଯାଉ ଓ ଆଗକୁ ବଢାଯାଉ ।

By amfnews

Related Post