Sat. Mar 7th, 2026

ଅଯୋଧ୍ୟା ଜମି ମାମଲାର ଜରୁରୀ ଶୁଣାଣି ନିମନ୍ତେ ଅନୁରୋଧ ଅଗ୍ରାହ୍ୟ କଲେ ସୁପ୍ରିମ୍‌ କୋର୍ଟ

324 Views

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍‌ରି ମସ୍‌ଜିଦ୍‌ ଶୀର୍ଷକ ବିବାଦ ମାମଲାରେ ଆଗତ ପିଟିସନ୍‌ଗୁଡ଼ିକର ଜରୁରୀ ଭିତ୍ତିରେ ଶୁଣାଣିକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍‌କେ କୌଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ କି, ଅପିଲ୍‌ଗୁଡ଼ିକର ଶୁଣାଣି ପାଇଁ ଉପଯୁକ୍ତ ଖଣ୍ଡପୀଠଙ୍କ ସମ୍ମୁଖରେ ଜାନୁଆରି ମାସ ନିମନ୍ତେ ତାଲିକାଭୁକ୍ତ କରାଯାଇଛି।ଜରୁରୀ ଶୁଣାଣି ନିମନ୍ତେ ଅନୁରୋଧ କରିବାକୁ ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ହାଜର ହୋଇଥିବା ଓକିଲ ବରୁଣ କୁମାର ସିହ୍ନାଙ୍କ ଖଣ୍ଡପୀଠ କହିଲେ: ଆମେ ଆଦେଶ ଦେଇ ସାରିଛୁ। ଜାନୁଆରି ମାସରେ ଅପିଲ୍‌ର ଶୁଣାଣି କରାଯିବ। ଅନୁମତି ନିମନ୍ତେ ଅନୁରୋଧ ଅଗ୍ରାହ୍ୟ କରାଗଲା।

By amfnews

Related Post