Sun. Mar 8th, 2026

ଅମ୍ବାଲାରେ ପାଚେରି ଭାଙ୍ଗିପଡ଼ିବାରୁ ୫ ମୃତ, ଜଣେ ଆହତ

226 Views

ନୂଆଦିଲ୍ଲୀ  : ଶୁକ୍ରବାର ରାତିରେ ଅମ୍ବାଲା କ୍ୟାଣ୍ଟନ୍‌ମେଣ୍ଟ୍‌ରେ ଗୋଟାଏ ପାଚେରି ଭାଙ୍ଗିପଡ଼ିବାରୁ ତିନି ଜଣ ପିଲାଙ୍କ ସମେତ ଅନ୍ୟୂନ ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପାଚେରିର ଭଗ୍ନାଂଶ ଭିତରେ ଲୋକେ ପୋତି ହୋଇଯାଇଥିଲେ।

ରାଜ ପ୍ରାସାଦ ପାଖ ଝୁମ୍ପୁଡ଼ିରେ ପୀଡ଼ିତମାନେ ବସବାସ କରୁଥିଲେ। ପାଚେରି ଭାଙ୍ଗି ପଡ଼ିବା ସମୟରେ ସେମାନେ ଶୋଇଥିଲେ। ରାଜ ପ୍ରାସାଦ ପଛପଟେ ସରକାର ନିର୍ମାଣ କରୁଥିବା ପାର୍କିଙ୍ଗ୍‌ସ୍ଥଳ ଯୋଗୁଁ ହିଁ ପାଚେରି ଭାଙ୍ଗି ପଡ଼ିଥିବା କୁହାଯାଉଛି। ପାର୍କିଙ୍ଗ୍‌ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରାସାଦର ପାଚେରି ଦୁର୍ବଳ ହୋଇ ଶେଷରେ ଭାଙ୍ଗି ପଡ଼ିଥିଲା।

ଆହତ ହୋଇଥିବା ବାଳିକାକୁ ଚଣ୍ଡିଗଡ଼ ପିଜିଆଇକୁ ପଠାଇ ଦିଆଯାଇଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି: ୪୩ ବର୍ଷିୟ ତସ୍‌ଲିମ୍‌, ୨୨ ବର୍ଷିୟ ବାଲାସ୍ୱାମୀ, ୧୨ ବର୍ଷିୟ ଅମିତ, ୭ ବର୍ଷିୟ ସୁଜିତ ଏବଂ ୫ ବର୍ଷିୟ ବାବୁ। ହରିୟାଣା କ୍ୟାବିନେଟ୍‌ ମନ୍ତ୍ରୀ ଅନୀଲ ବିଜ ଘଟଣା ସଂକ୍ରାନ୍ତରେ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି। ସେ ଏବଂ ଅନ୍ୟାନ୍ୟ ରାଜନେତାମାନେ ପୀଡ଼ିତମାନଙ୍କ ପରିବାରକୁ ଭେଟିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post