Fri. Mar 6th, 2026

ଅମୀରଙ୍କ ସହ ଲିଙ୍କଅପ୍‌ ନେଇ କ’ଣ କହିଲେ ଫାତିମା ସନା ଶେଖ

614 Views

ମୁମ୍ବାଇ: ବେଶ୍‌ କିଛି ଦିନ ହେବ ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ଙ୍କ ସହିତ ଅଭିନେତ୍ରୀ ଫାତିମା ସନା ଶେଖଙ୍କର ପ୍ରେମ ସଂପର୍କକୁ ନେଇ ବଲିଉଡରେ ଜୋରସୋର୍‌ରେ ଚର୍ଚ୍ଚା ଲାଗି ରହିଛି। ଏ ସଂପର୍କରେ ଅମୀର ଖାନ୍‌ କେବେ ବି ମୁହଁ ଖୋଲିନାହାଁନ୍ତି କି ଫାତିମା ବି ଏ ବିଷୟରେ କିଛି ପ୍ରତିକ୍ରିୟା ପ୍ରକାଶ କରୁନଥିଲେ।


ହେଲେ ଏବେ ଫାତିମା ସନା ଶେଖ୍‌ ନିକଟରେ ଖୁବ୍‌ ବିଚଳିତ ହୋଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଫାତିମା କହିଛନ୍ତି ଯେ ଯେତେବେଳେ ଅମୀର ଖାନଙ୍କ ସହ ତାଙ୍କୁ ଲିଙ୍କଅପ ଖବର ମିଡିଆରେ ପ୍ରକାଶିତ ହେଲା, ସେତେବେଳେ ତାହା ତାଙ୍କୁ ଖୁବ୍‌ ଆହତ କରୁଥିଲା। କିନ୍ତୁ ଧୀରେ ଧୀରେ ଏହାକୁ ଗୁରୁତ୍ୱ ନ ଦେବା ସେ ଶିଖିଗଲେ। ଅମୀର ଖାନ୍‌ ଜଣେ ଭଲ ମଣିଷ ବୋଲି କହିଛନ୍ତି ଫାତିମା। ସେ କହିଛନ୍ତି ଯେ ଯଦି ସେଭଳି ଝିଅ ହୋଇଥାନ୍ତି, ତେବେ ଏହାର ବାସ୍ତବତା ମଧ୍ୟ ଦେଖିବା ଦରକାର। ଏବେ ମୁଁ ଆଉ ଏ ବିଷୟରେ କଥା ହେବାକୁ ଚାହେଁନା, ବୋଲି କହିଛନ୍ତି ଫାତିମା ସନା ଶେଖ୍‌।

By amfnews

Related Post