280 Views

ଡ଼ରିବାର କାରଣ ଥିଲା ସମୟରେ ନ ପହଞ୍ଚିବା । ଗୋବିନ୍ଦା ଏକା ସାଙ୍ଗରେ ଅନେକ ଫିଲ୍ମ ସାଇନ୍ କରିଥିବାରୁ ସେ କୌଣସି ବି ଫିଲ୍ମର ସୁଟିଂ ସେଟ୍ରେ ସମୟରେ ପହଞ୍ଚି ପାରୁ ନଥିଲେ । ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କରିବାର ସୁଯୋଗ ମିଳିବା ପରେ ସେ ଡ଼ରିବା ଆରମ୍ଭ କରିଥିଲେ । କାରଣ ଅମିତାଭ ବଚ୍ଚନ ସମୟ ପୂର୍ବରୁ ସୁଟିଂ ସେଟ୍ରେ ପହଞ୍ଚିବାରେ ବିଶ୍ୱାସ ରଖୁଥିଲେ । ପରେ ସେ ଫିଲ୍ମ ସାଇନ୍ କରିବା ପୂର୍ବରୁ ନିଜ ଅସୁବିଧା ବିଷୟରେ ଅମିତାଭ ବଚ୍ଚନଙ୍କୁ ଜଣାଇଥିଲେ । ସବୁ ଜାଣି, ମୋର କୌଣସି ଅସୁବିଧା ନାହିଁ । ଆପଣ କେଉଁ ସମୟରେ ସୁଟିଂ ସେଟ୍ରେ ପହଞ୍ଚିବେ ମୋତେ ଜଣାଇବେ । ସେହି ସମୟରେ ମୁଁ ପହଞ୍ଚି ଯିବି ବୋଲି ବିଗ୍ ବି କହିବା ପରେ ଗୋବିନ୍ଦା ଫିଲ୍ମ ସାଇନ୍ କରିଥିଲେ ।
