Tue. Mar 10th, 2026

ଅମରନାଥ ଯାତ୍ରାରେ ପ୍ରବଳ ଭିଡ଼ ହୋଇଥିବା ଯୋଗୁଁ ଜମ୍ମୁରେ ଅଟକିଲେ ଯାତ୍ରୀ

164 Views

ଜମ୍ମୁ: ଅମରନାଥ ଯାତ୍ରାରେ ପ୍ରବଳ ଭିଡ଼ ହୋଇଥିବାରୁ ଯାତ୍ରୀମାନଙ୍କୁ ଜମ୍ମୁ ବେସ୍‌ ଅଟକା ଯାଇଛି। ବାଲତାଲ ଏବଂ ପେହଲଗାମ୍‌ ରାସ୍ତାରେ ଅନେକ ଯାତ୍ରୀ ଥିବାରୁ ଆଉ ଅଧିକ ଯାତ୍ରୀ ଚଳାଚଳ କରିବା ସମ୍ଭବ ନୁହେଁ, ତେଣୁ ପରବର୍ତ୍ତୀ ଛେକ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିଲା ନାହିଁ।
ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଯାତ୍ରୀ ପବିତ୍ର ପୀଠ ଦର୍ଶନ କରି ସାରିଲେଣି। ଅଗଷ୍ଟ ୧୫ ତାରିଖ ଦିନ ଏହି ୪୫ ଦିବସୀୟ ଯାତ୍ରା ଶେଷ ହେବ। ଯୋଗକୁ ସେଦିନ ଶ୍ରାବଣ ପୂର୍ଣ୍ଣିମା ପଡୁଛି।

ରବିବାର ଦିନ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ ସ୍ଥାନୀୟ ମୁସଲମାନଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁଁ ଏହି ହିନ୍ଦୁ ତୀର୍ଥଯାତ୍ରା ସମ୍ଭବପର ହେଉଛି।ଜାତୀୟ ରାଜପଥରେ ଦୈନିକ ଦୁଇଘଣ୍ଟା ପାଇଁ ବେସାମରିକ ଯାନବାହନ ଚଳାଚଳ ବନ୍ଦ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରବର୍ତ୍ତନ କରାଯାଇଥିବାରୁ ଏହାକୁ ସହ୍ୟ କରିବା ପାଇଁ ସେ ଲୋକମାନଙ୍କୁ କହିଛନ୍ତି।

By amfnews

Related Post