Sat. Mar 7th, 2026

ଅଭିଯୋଗକାରୀ ଦେବେ ଫିଡ୍‌ବ୍ୟାକ୍‌, ଥାନାକୁ ମିଳିବ ରିପୋର୍ଟ କାର୍ଡ

255 Views

ଭୁବନେଶ୍ୱର  :   ଆଗରୁ ଖାକି ବର୍ଦ୍ଦି ପିନ୍ଧିଥିବା ପୁଲିସ୍‌ ବାବୁଙ୍କୁ ଦେଖିଲେ ମନରେ ଅଜଣା ଭୟ ଖେଳି ଯାଉଥିଲା। ଏବେ ସେସବୁ ଦୂରେଇ ଯିବ। ଆଗକୁ ପୁଲିସ୍ ବାବୁମାନେ ଆଉ ଅଭିଯୋଗକାରୀଙ୍କୁ ଧମକ ଦେଇ ପାରିବେନି କି ଲାଲି ଆଖି ଦେଖାଇ ପାରିବେନି। କାରଣ ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାରକୁ ନେଇ ପ୍ରସ୍ତୁତ ହେବ ରାଜ୍ୟର ପ୍ରତି ଥାନାର ରିପୋର୍ଟ କାର୍ଡ। ଆଉ ଏଥିନିମନ୍ତେ ଅଭିଯୋଗକାରୀଙ୍କଠାରୁ ନିଆଯିବ ଫିଡ୍‌ବ୍ୟାକ୍‌। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ପୁଲିସ୍‌ ଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି।

ଅଭିଯୋଗକାରୀଙ୍କ ଫିଡବ୍ୟାକ୍‌ ଆଧାରରେ ପ୍ରତିଟି ପୁଲିସ୍‌ ଥାନାର ରିପୋର୍ଟ କାର୍ଡ ପ୍ରସ୍ତୁତ ହେବ। ଏଥିନିମନ୍ତେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। କଲ୍ ସେଣ୍ଟରରୁ ଫୋନ୍ କରି ସେମାନଙ୍କ ମତାମତ ସଂଗ୍ରହ କରାଯିବ। ଥାନାରୁ ପାଇଥିବା ସେବା ଅନୁଯାୟୀ ସେମାନେ ମାର୍କ ଦେବେ।  ଏହି ମାର୍କ ଅନୁଯାୟୀ ତିଆରି ହେବ ଥାନାର ରିପୋର୍ଟ କାର୍ଡ ।

ଏଥିପାଇଁ ଆଜି ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାର୨ ଜଣ ଲେଖାଏ ମାଷ୍ଟର ଟ୍ରେନର ଯୋଗ ଦେଇଛନ୍ତି। ଇନ୍ସପେକ୍ଟର, ଡିଏସପି, ଏବଂ ଅତିରିକ୍ତ ଏସ୍‌ପି ରାଙ୍କର ଅଫିସରଙ୍କୁ ଏହି ଟ୍ରେନର୍ ପ୍ରଶିକ୍ଷଣ ଦେଉଛନ୍ତି।

By amfnews

Related Post