Sat. Jun 7th, 2025

ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପୁଲିସ୍‌ ରିପୋର୍ଟ ଦେବାପରେ ଦୁଷ୍କର୍ମ ପୀଡିତା ବିବାହିତ ମହିଳା କଲେ ଆତ୍ମହତ୍ୟା

By amfnews Jan 15, 2019 #Featured
268 Views

ଲକ୍ଷ୍ନୌ, ଜାନୁଆରୀ ୧୫ : ଜଣେ ୩୫ ବର୍ଷୀୟ ଦୁଷ୍କର୍ମ ପୀଡିତା ବିବାହିତ ମହିଳା ନିଜ ଘରେ ଛାତରୁ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏହି ମହିଳା ଜଣଙ୍କ ଦୁଇଟି ସନ୍ତାନର ମାଆ ମଧ୍ୟ। ତାଙ୍କ ସହିତ ଦୁଷ୍କର୍ମ କରିଥିବା ଦୁଇ ଜଣ ଲୋକ ଏହି ମାମଲାରେ ନିର୍ଦ୍ଦୋଷ ବୋଲି ପୁଲିସ୍‌ ରିପୋର୍ଟ ଦେବାପରେ ପନ୍ଦର ଦିନ ଭିତରେ ପୀଡିତା ଏଭଳି କଠୋର ପଦକ୍ଷେପ ନେଇଥିବା ଜଣାଯାଇଛି।

ଗତ ବର୍ଷ ସେପ୍ଟେମ୍ବର ମାସରେ ପୀଡ଼ିତା ଓ ତାଙ୍କ ସ୍ୱାମୀ ଲକ୍ଷ୍ନୌ ବିଧନ ଭବନ ସାମ୍ନାରେ ଆତ୍ମଦାହ କରିବାର ପ୍ରୟାସ କରିଥିଲେ। ପୁଲିସ ଦୁଷ୍କର୍ମ ମାମଲାର ତଦନ୍ତ ଠିକ୍‌ ଭାବେ କରୁନଥିବାର ଅଭିଯୋଗ ଆଣିଥିଲେ ଦଂପତ୍ତି। ଗୋଣ୍ଡା ଜିଲ୍ଲାର କେରନାଲଗଂଜ ଅଞ୍ଚଳର ଶଙ୍କର ଦୟାଲ ଓ ତା’ର ଭାଇ ଅଶୋକ କୁମାର ଗତ ବର୍ଷ ଅଗଷ୍ଟ ମାସରେ ଅନେକ ଥର ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

ଏହାପରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ,ମାତ୍ର ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୀଡ଼ିତା ମହିଳା ଆତ୍ମହତ୍ୟା କରିବାପରେ ଗୋଣ୍ଡାର ପୁଲିସ ଏସ ପି ଦୁଇ ତଦନ୍ତ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ପୀଡ଼ିତାର ସ୍ୱାମୀ କହିଛନ୍ତି ଶଙ୍କର ଓ ଅଶୋକ କେବଳ ଯେ ତାଙ୍କ ସ୍ତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ, ତା’ନୁହେଁ,ବରଂ ସେହି ସମୟର ଭିଡିଓ ସୁଟିଂ ମଧ୍ୟ କରିଥିଲେ,ପୁଲିସ କ୍ଲିନ୍‌ଚିଟ୍‌ ହେବା ହେତୁ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହିିଛନ୍ତି ପୀଡିତାଙ୍କ ସ୍ୱାମୀ।

By amfnews

Related Post