Fri. Mar 6th, 2026
379 Views

ହାଇଦ୍ରାବାଦ, ସେପ୍ଟେମ୍ବର ୦୮ : ପୁଣି ଥରେ ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଆଜି ସକାଳେ ତେଲୁଗୁ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ହୃଦ୍‌ଘାତ ହେତୁ ତାଙ୍କର 74 ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ହାସ୍ୟ କଳାକାର ଭାବେ ପ୍ରସିଦ୍ଧ ଲାଭ କରିଥିବା ଜୟପ୍ରକାଶ ରେଡ୍ଡୀଙ୍କ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି କରିଛି । ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ରେଡ୍ଡୀଙ୍କ ମୃତ୍ୟୁ ପରେ ସମବେଦନା ଜଣାଇଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ଜୟପ୍ରକାଶ ରେଡ୍ଡୀ ଗୁରୁଙ୍କ ମୃତ୍ୟୁ ପରେ ତେଲୁଗୁ ସିନେମା ଏବଂ ଥିଏଟର ଜଗତ ନିଜର ଗୋଟିଏ ହୀରା ହରାଇଲା । ତାଙ୍କର ବିବିଧ ଭୂମିକା ଆମକୁ ଅନେକ ଦଶନ୍ଧି ଧରି ଅନେକ ସିନେମାଟିକ୍ ସ୍ମୃତି ଦେଇଛି | ଏହି ଦୁଃଖରେ ତାଙ୍କ ପରିବାର ଏବଂ ସାଥୀମାନଙ୍କ ପାଇଁ ମୋର ହୃଦୟ ଦୁଃଖରେ ପରିପୂର୍ଣ୍ଣ |

By amfnews

Related Post