Sat. Mar 7th, 2026

ଅଭିନବ ଉପାୟରେ ବୃଦ୍ଧଙ୍କଠାରୁ ଚାଳିଶି ହଜାର ଟଙ୍କା ଲୁଟ

247 Views

ଘୁ.ଉଦୟଗିରି: ଘୁ.ଉଦୟଗିରି ସହରରେ ଅଭିନବ ଉପାୟରେ ହେଉଛି ଲୁଟ।ଲୁଟେରାଙ୍କ ଶିକାର ହେଉଛନ୍ତି ନିରୀହ ବୃଦ୍ଧମାନେ ।ଗତ ଦେଢ଼ ବର୍ଷ ଭିତରେ ଏଭଳି ବହୁ ଘଟଣା ଘଟିଛି।ବହୁ ଗରିବ ନିରୀହ ଲୋକ ଲୁଟର ଶିକାର ହେଇଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କ ଧରିବାରେ ପୁଲିସକୁ କୌଣସି ସଫଳତା ମିଳିନାହିଁ।ଏଭଳି ଏକ ଲୁଟର ଶିକାର ହୋଇଛନ୍ତି ଜଣେ ୭୦ବର୍ଷୀୟ ବୃଦ୍ଧ।

ସ୍ଥାନୀୟ ଥାନା ଅନ୍ତର୍ଗତ ଗଡ଼ାଗୁଡା ପଂଚାୟତର ସିକରିଗୁଡା ଗ୍ରାମର ଦୟାନନ୍ଦ ପ୍ରଧାନ ଜଣେ ଅବସର ସରକାରୀ କର୍ମଚାରୀ।ସ୍ଥାନୀୟ ଷ୍ଟେଟବ୍ୟାଙ୍କକୁ ଅପରାହ୍ନ ରେ ଆସି ୫୦ହଜାର ଟଙ୍କା ଉଠେଇ ସାଇକଲରେ ବସି ତହସିଲ ଅଫିସ ନିକଟରେ ଥିବା ଏକ ହୋମିଓ କ୍ଲିନିକକୁ ଆସିଥିଲେ।ସେଇ ଭିତରେ କେହି ତାଙ୍କୁ ବ୍ୟାଙ୍କରୁ ପିଛା କରି ତାଙ୍କ ସାର୍ଟ ପଛପଟେ କିଛି କାଦୁଅ ପକେଇ ଦେଇଥିଲେ।ହୋମିଓ କ୍ଲିନିକରେ ପହଞ୍ଚିବା ପରେ ସାର୍ଟରେ କାଦୁଅ ପଡିଥିବା ଜାଣି ଟଙ୍କା ବ୍ୟାଗ ରଖି ସାର୍ଟ ଧୋଇବାକୁ ଗଲେ ଆସି ଦେଖିଲା ବେଳକୁ ବ୍ୟାଗରେ ଥିବା ୧୦୦ଟଙ୍କିଆ ୫ଟି ବଣ୍ଡଲରୁ ଚାରିଟି ନାହିଁ।ଅର୍ଥାତ ଚାଳିଶି ହଜାର ଟଙ୍କା ଲୁଟ ହୋଇଯାଇଛି।

ସଂଗେ ସଂଗେ ଖୋଜା ଖୋଜି କରି ନିରାଶ ହେବା ପରେ ସ୍ଥାନୀୟ ଥାନାରେ ସନ୍ଧ୍ୟାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିବା ପରେ ସ୍ଥାନୀୟ ଥାନା ଆଇଆଇସି ଅଧିରାଜ ଲେଙ୍କା ଥାନା କେଶନଂ୧୨୬ରେ ଏକ ମାମଲା ରୁଜୁ କରି ଏଏସଆଇ ସୁବାସ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ଭାର ଅର୍ପଣ କରିଛନ୍ତି।

By amfnews

Related Post