Sat. Mar 7th, 2026

ଅଭିନନ୍ଦନଙ୍କ ଭୂମିକାରେ ଆସିବାକୁ ଅକ୍ଷୟ କୁମାର ଓ ଜନ୍‌ ଇବ୍ରାହିମ୍‌ ଉଭୟ ଆଗ୍ରହୀ, ଦେଖାଯାଉ କାହାକୁ ମିଳୁଛି ଅଫର୍‌

362 Views

ମୁମ୍ବାଇ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ଯେଉଁଭଳି ଅଭିନନ୍ଦନ ପାକିସ୍ତାନର କବଜାରେ ଆସିବା ପରେ ବି ସାହସିକତାର ପରିଚୟ ଦେଲେ, ତାଙ୍କର ସାହସିକତାର ପ୍ରଶଂସା ସାରା ଦୁନିଆରେ ହୋଇଛି। ସରକାର ପାକିସ୍ତାନ ଉପରେ ଚାପ ସୃଷ୍ଟି କରି କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ପଠାଇବାକୁ ବାଧ୍ୟ କରିଦେଲା। ସେଇଠି ସାରା ଦେଶ ଓ ବଲିଉଡରେ ଭବ୍ୟ ଉପାୟରେ ଅଭିନନ୍ଦନର ସାହସିକତାକୁ ସଲାମ କରିଛନ୍ତି।

ଅଭିନନ୍ଦନଙ୍କ ସାହସିକତା ଓ ବୀରତାକୁ ପ୍ରଶଂସା କରିବାରେ ବଲିଉଡ୍‌ ମଧ୍ୟ ଆଗରେ ଥିଲା। ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ୍‌, ସଲମାନ ଖାନ୍‌, ଅକ୍ଷୟ କୁମାର, ଅଜୟ ଦେବଗନ୍‌, ଅନୁପମ୍‌ ଖେର ସମେତ ବଲିଉଡର ଷ୍ଟାର ମାନେ ସୋସିଆଲ ମିଡିଆରେ ଭାରତର ଏହି ବୀରଙ୍କ ପ୍ରଶଂସା କରୁଛନ୍ତି।

ଅଭିନନ୍ଦନଙ୍କ କାହାଣୀ ନା କେବଳ ହିରୋଇକ୍‌ ଥିଲା ବରଂ ଏଥିରେ ଦେଶର ଲୋକଙ୍କ ଭାବନା ଯଡିତ। ସେଥିପାଇଁ ବଲିଉଡର ଫିଲ୍ମ ର୍ନିମାତାଙ୍କର ଏହାକୁ ଫିଲ୍ମର ରୂପ ଦେବା ପାଇଁ ଧାଡ଼ି ଲାଗିଗଲା। କେବଳ ଫିଲ୍ମ ମେକର୍ସ ହିଁ ନୁହଁନ୍ତି ବଲିଉଡର ଅନେକ ଅଭିନେତାଙ୍କ ମଧ୍ୟରେ ବି ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଧାଡ଼ି ଲାଗିଛି। ନିକଟରେ ଅଭିନେତା ଜନ୍‌ ଆବ୍ରାହମ୍‌ ମଧ୍ୟ ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଇଚ୍ଛା ଜାହିର କରିଛନ୍ତି। ସେ କହିଛନ୍ତି, ତାଙ୍କୁ ଏହି ଅଫର ମିଳିଲେ ଏହା ସୌଭାଗ୍ୟର କଥା ହେବ। ସେଭଳି ଅକ୍ଷୟ କୁମାର ମଧ୍ୟ ‘କେଶରୀ’ର ପ୍ରମୋସନରେ କହିଥିଲେ କି, ଏପର୍ଯ୍ୟନ୍ତ କୌଣସି ଅଫର ଆସିନି, ଆସିଲେ ସେ ନିଶ୍ଚିତ କରିବେ।

By amfnews

Related Post