138 Views
ନୂଆଦିଲ୍ଲୀ, ନଭେମ୍ବର ୨୨: ହ୍ୱାଟସଆପ ଭାରତ ସରକାରଙ୍କ ଅନେକ ଦାବି ମଧ୍ୟରୁ ଏକ ମହତ୍ୱପୂର୍ଣ୍ଣ ଦାବି ପୂରଣ କରିବା ସହ ଅଭିଜିତ ବୋଷଙ୍କୁ ଦେଶର ହ୍ୱାଟସଆପ ପ୍ରମୁଖ ନିଯୁକ୍ତ କରିଥିବା ଘୋଷଣା କରିଛି । କମ୍ପାନୀର ବୟାନ ଅନୁଯାୟୀ, ବୋଷ ଆସନ୍ତା ବର୍ଷ ଠାରୁ କମ୍ପାନୀ ସହ ଜଡିତ ରହିବେ । ସେ କାଲିଫର୍ଣ୍ଣିଆରୁ ବାହାରି ଗୁରଗାଓଁରେ ଏକ ଟିମ୍ ପ୍ରସ୍ତୁତ କରିବେ ।
କମ୍ପାନୀ ସିଇଓ ମେଟ୍ ଇଡେମା କହିଛନ୍ତି ଯେ, ହ୍ୱାଟସଆପ ଭାରତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । କମ୍ପାନୀ ଏଭଳି ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଉତ୍ସାହିତ ଅଛି । ଜଣେ ଅନ୍ୟ ଜଣଙ୍କୁ କିପରି ସାହାଯ୍ୟ କରିପାରିବ ଏବଂ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ ଅର୍ଥବ୍ୟବସ୍ଥାର ବହୁଳ ପ୍ରସାର ହେବ ସେନେଇ କମ୍ପାନୀ କାର୍ଯ୍ୟ କରିବ ।