Fri. Mar 6th, 2026

ଅବିଳମ୍ବେ ୨୦% ବୋନସ୍, ନୂତନ ମଜୁରୀ ଓ ସେଲ୍ ପେନ୍ସନ ଲାଗୁ କରାଯାଉ – ଆର୍ଡବ୍ଲ୍ୟୁୟୁ

310 Views

ରାଉରକେଲା, ୩୧ା୮ : ଘରୋଇ ଦେଶୀ ବିଦେଶୀ ଉଦ୍ୟୋଗକୁ ସୁହାଇଲା ଭଳି ସରକାରୀ ନୀତି ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ସହ ସିମୀତ ମାନବ ସମ୍ବଳରେ ଶ୍ରମିକ କର୍ମଚାରୀମାନଙ୍କ ପରିଶ୍ରମ, କାର୍ଯ୍ୟ ଦକ୍ଷତା ଓ ନିଷ୍ଠା ଯୋଗୁଁ ଆର୍ଏସ୍ପି ସମେତ ସମଗ୍ର ସେଲ୍ ୨୦୧୮-୧୯ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୫୪୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଲାଭ କରିବାକୁ ସକ୍ଷମ ହୋଇଛି । ଏଥିସହ ଉତ୍ପାଦନ ଓ ଉତ୍ପାଦକତା, ସୃଜନାତ୍ମକ କାର୍ଯ୍ୟ, ଟେକ୍ନୋ ଇକୋନମିକ ପାରାମିଟର, ଶକ୍ତି ସଂରକ୍ଷଣ ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । କିନ୍ତୁ ବିଡମ୍ବନାର ବିଷୟ ଯେ, ଯେଉଁ ଶ୍ରମିକମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆର୍ôଥକ କ୍ଷତି ସହୁଥିବା ମହାରତ୍ନ କମ୍ପାନୀ ସେଲ୍ ଲାଭାର୍ଜନ କରିବାକୁ ସକ୍ଷମ ହୋଇପାରିଛି ସେହି ଶ୍ରମିକ କର୍ମଚାରୀମାନେ ଉଭୟ କେନ୍ଦ୍ର ଓ ସେଲ୍ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଯୋଗୁଁ ଆର୍ôଥକ କ୍ଷତି ସହିବା ସହ ସେମାନଙ୍କ ଜୀବନଧାରଣ ମାନରେ ଅବନ୍ନତି ଘଟିଚାଲିଛି । ନୂତନ ମଜୁରୀ ଚୁକ୍ତିନାମା ଓ ସେଲ୍ ପେନ୍ସନ ଲାଗୁ କରାଯାଉ ନାହିଁ ।

ସହରାଞ୍ଚଳର ବାସଗୃହ ଓ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡିଥିଲେ ମଧ୍ୟ ସେଗୁଡିକର ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଆଇଜିଏଚ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରିବାର ଲଲିପପ୍ ଦେଖାଇବା ପରଠାରୁ ଆଇଜିଏଚ୍ର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବିପର୍ଯ୍ୟୟ ଆଡକୁ ଗତି କରୁଛି । କର୍ତ୍ତୃପକ୍ଷଙ୍କ ଉଦାସୀନତା ଏବଂ ଅଣଦେଖା ଯୋଗୁଁ କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ବେଳେ ସୁରକ୍ଷା ଉପକରଣ ଉପଯୋଗ ଅଭ୍ୟାସ ନାଁରେ କର୍ମଚାରୀଙ୍କ ଉପରେ ଆର୍ôଥକ ଦଣ୍ଡ ଲଦି ଦିଆଯାଉଛି ।

ଅନ୍ୟପକ୍ଷରେ ସୁରକ୍ଷା ଯୋତା, ରେନକୋର୍ଟ ଏବଂ ଗନ ବୁଟର ଅଭାବ ଦେଖା ଦେଇଛି । ମାସିକ ରିୱାର୍ଡ ବୋନସ ରାଶି ଦୀର୍ଘ ବର୍ଷରୁ ବୃଦ୍ଧି କରାଯାଇ ନାହିଁ।ଖାଲି ପଡିଥିବା ବିଭିନ୍ନ ପଦପଦବୀ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ତେଣୁ ଉପରୋକ୍ତ ସମସ୍ୟାଗୁଡିକର ଆଶୁ ସମାଧାନ ସହ ଅବିଳମ୍ବେ ୨୦% ବାର୍ଷିକ ବୋନସ, ନୂତନ ମଜୁରୀ ଚୁକ୍ତିନାମା ସମ୍ପନ୍ନ କରିବା, ସେଲ୍ ପେନସନ ଯୋଜନା କାର୍ଯ୍ୟକାରୀ କରିବା, ଠିକା ଶ୍ରମିକ ନିଯୁକ୍ତି ବନ୍ଦ କରି ସ୍ଥାନୀୟ ନିଯୁକ୍ତି ଦ୍ୱାରା ଖାଲି ପଦପଦବୀ ପୂରଣ କରିବା, ନୂତନ ନିଯୁକ୍ତି ପାଇଥିବା ଟ୍ରେନିଂ ବ୍ୟବସ୍ଥାକୁ ବାତିଲ୍ କରିବା ପାଇଁ ରାଉରକେଲା ୱାର୍କର୍ସ ୟୁନିୟନ କାର୍ଯ୍ୟକାରିଣୀ ବୈଠକରେ ଦାବି କରାଯାଇଛି ।

ୟୁନିୟନ ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହସମ୍ପାଦକ ଅଜିତ ନାୟକ, ଗିରିଜାନନ୍ଦ ତ୍ରିପାଠୀ, ଅଜୟ ମହାନ୍ତି, ଶ୍ରୀନିବାସ ସେଠୀ, ବିରେନ ନାୟକ, ସୁବାଷ ଦଣ୍ଡପାଟ, ଧୋବେଇ ବେହେରା, ସେକ୍ ଇସଲାମ, ଗଣେଶ ବେହେରା, ଶଙ୍କର ପାତ୍ର, ମାର୍କଣ୍ଡ ଦାଶ, ଆଲୋକ ବେହେରା, ସୂର୍ଯ୍ୟନାରାୟଣ ପଣ୍ଡା, ବାଇଧର ପ୍ରଧାନ, କିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Related Post