ରାଉରକେଲା, ୫/୭: ‘ମୋର ଅଧିକ ଶିକ୍ଷା ଲାଭର ସ୍ୱପ୍ନକୁ ସାକାର କରିବାରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ପ୍ରଦତ୍ତ ଛାତ୍ରବୃତ୍ତି ବିଶେଷ ରୂପେ ସହାୟକ ହୋଇଛି । ଏହାର ପ୍ରତି ବଦଳରେ ମୁଁ ସମାଜରେ ଯୋଗଦାନ ଦେବା ପାଇଁ ସାଧ୍ୟତମ ପ୍ରୟାସ କରିବି’ ବୋଲି ଏନ୍ଆଇଟି ରାଉରକେଲାରେ ପଞ୍ଚମ ବର୍ଷ ଅଧ୍ୟୟନ କରୁଥିବା ଜ୍ଞାନଦୀପ ମୁଣ୍ଡାରୀ ପାଶ୍ୱର୍ାଞ୍ଚଳ ବିକାଶ ପ୍ରତିଷ୍ଠାନଠାରେ ନିକଟରେ ଆୟୋଜିତ ଏକ ଉତ୍ସବରେ ୩୦ ହଜାର ଟଙ୍କାର ବୃତ୍ତିଗତ ଛାତ୍ରବୃତ୍ତିର ପଞ୍ଚମ କିସ୍ତି ଗ୍ରହଣ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି ।
ଝିରପାଣି ପୁନର୍ବସତି କଲୋନୀନିବାସୀ ଜ୍ଞାନଦୀପ ଏନ୍ଆଇଟିରେ ବିଟେକ୍ ଓ ଏମ୍ଟେକ୍ର ଦ୍ୱୈତ ଡିଗ୍ରୀରେ ଅଧ୍ୟୟନ କରୁଛନ୍ତି । ଜ୍ଞାନଦୀପ ୧.୫୦ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଲାଭ କରିଛନ୍ତି । ତାଙ୍କ ପିତାଙ୍କ କହିବା ଅନୁଯାୟୀ ଜ୍ଞାନଦୀପଙ୍କ ପାଠ୍ୟ ଦେୟ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ତୁଲାଇବାରେ ଏହା ବିଶେଷ ସହାୟକ ହୋଇଛି । ଭୁବନେଶ୍ୱର ବିବେକାନନ୍ଦ ଇନଷ୍ଟିଚ୍ୟୁ୍ଟ୍ ଅଫ୍ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ ଅଧ୍ୟୟନ କରୁଥିବା ରାଜଗାଙ୍ଗପୁର ଆଶ୍ରିତା କିଣ୍ଡୋ ତଥା ଅନ୍ୟ ବହୁ ହିତାଧିକାରୀ ମଧ୍ୟ ଅନୁରୂପ ମତପୋଷଣ କରନ୍ତି ।
ସୂଚନାଯୋଗ୍ୟ ଯେ, ଆରଏସ୍ପି ପ୍ରତ୍ୟେକ ବର୍ଷ ସୁନ୍ଦରଗଡ଼ ଜିଲାର ଇଞ୍ଜିନିୟରିଂ, ମେଡ଼ିକାଲ, ଏଗ୍ରିକଲଚର ଅଥବା ମ୍ୟାନେଜମେଣ୍ଟ ଅଧ୍ୟୟନ ୨୦ଜଣ ଆର୍ôଥକ ଦୁର୍ବଳ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରୁଛି । ଏହି ଛାତ୍ରବୃତ୍ତି କିସ୍ତିରେ ପ୍ରଦାନ କରାଯାଉଛି ଏବଂ ଏହାର ପରିମାଣ ଦୁଇବର୍ଷୀୟ ସ୍ନାତକୋତ୍ତର ପାଠ୍ୟକ୍ରମ ନିମନ୍ତେ ୬୦ ହଜାର ଟଙ୍କାରୁ ଆରମ୍ଭ କରି ପାଞ୍ଚବର୍ଷୀୟ ସ୍ନାତକ ପାଠ୍ୟକ୍ରମ ନିମନ୍ତେ ୧.୫୦ ଲକ୍ଷ ଟଙ୍କା ରହିଛି । ଆରଏସ୍ପିର ଛାତ୍ରବୃତ୍ତି ଯୋଜନାରେ ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ୍ କରାଯାଇଛି ।
ରାଉରକେଲା ଓ ଏହାର ଆଖପାଖ ଗ୍ରାମ ତଥା ପୁନର୍ବସତି କଲୋନୀର ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଆର୍ôଥକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆରଏସ୍ପି ଛାତ୍ରବୃତ୍ତି ପ୍ରଦାନ କରୁଛି । ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ଶିକ୍ଷାଲାଭ କରୁଥିବା ଆର୍ôଥକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାସିକ ୧ ହଜାର ଟଙ୍କା ଓ ପ୍ରାଥମିକ ଶ୍ରେଣୀରେ ଅଧ୍ୟୟନରତ ଆର୍ôଥକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାସିକ ୯ଶହ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ।
ଏହି ଛାତ୍ରବୃତ୍ତି ନିମନ୍ତେ ଛାତ୍ରଛାତ୍ରୀ ଚୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ କରୁଛି । ଏଥି ସହିତ ପାଶ୍ୱର୍ାଞ୍ଚଳର ୧୧ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ମାଗଣା ଶିକ୍ଷାଲାଭ ନିମନ୍ତେ ପୂର୍ଣ୍ଣଭାର ଗ୍ରହଣ କରିଛି । ଏତଦ୍ ବ୍ୟତୀତ ଦୀପିକା ଇସ୍ପାତ ଶିକ୍ଷା ସଦନର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ୧୫ଜଣ ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ଏବଂ ଯୁକ୍ତ ଦୁଇ ଶିକ୍ଷାଲାଭ ନିମନ୍ତେ ଆରଏସ୍ପି ଆର୍ôଥକ ସହାୟତା ଯୋଗାଇ ଦେଇଛି ।