Tue. Mar 10th, 2026

ଅବସରପ୍ରାପ୍ତ ବିଚାରପତିଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନାର ଅଭିଯୋଗ

330 Views

ହାଇଦ୍ରାବାଦ  : ସିନ୍ଧୁ ଶର୍ମା(୩୦) ନାମକ ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀ ଏବଂ ଶାଶୁ-ଶ୍ବଶୁରଙ୍କ ନାଆଁରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସିନ୍ଧୁ ଶର୍ମା ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ନଟ୍ଟୁ ରାମମୋହନ ରାଓଙ୍କ ବୋହୂ।ସେ ଏଥିନେଇ ନିର୍ଯାତନାର ଭିଡିଓ ବି ପୁଲିସକୁ ପ୍ରଦାନ କରିଛନ୍ତି। ତେବେ ସିନ୍ଧୁ ଶର୍ମାଙ୍କ ସ୍ବାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାଲାଗି ନ୍ୟାୟାଳୟର ଦ୍ବାରସ୍ଥ ହେବାପରେ ଏହି ତଥାକଥିତ ଭିଡିଓ ସାମ୍ନାକୁ ଆସିଛି। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଜଣେ ମହିଳାଙ୍କୁ କିଛି ଲୋକ ଘେରିଯାଇ ମାରପିଟ କରୁଥିବାର ଦେଖିବାକୁ ମିଳିଛି। ମହିଳାଙ୍କୁ ତଳେ ଗଡ଼ାଇ ଅମାନବୀୟ ଭାବେ ଟଣାଓଟରା କରି ମାଡ଼ ମାରୁଛନ୍ତି। ମହିଳାଜଣଙ୍କ କାକୁତିମିନତି ହେଲେ ବି କିଛି ମାଡ଼ ମାରୁଥିବା ଲୋକେ ତାଙ୍କ କଥା ଶୁଣୁନାହାନ୍ତି।ଏହି ଭିଡିଓରେ ଥିବା ପୀଡ଼ିତାଜଣକ ହେଉଛନ୍ତି ସିନ୍ଧୁ ଶର୍ମା ଏବଂ ତାଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ଭିତରେ ଅଛନ୍ତି ତାଙ୍କର ଶାଶୁ ଶଶୂର।ଏହି ଭିଡିଓଟି ଗତ ଏପ୍ରିଲ ମାସର ବୋଲି କୁହାଯାଉଛି।

By amfnews

Related Post