Sat. Mar 7th, 2026

ଅନ୍ଧବିଶ୍ୱାସର କରୁଣ ଚିତ୍ର; ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

325 Views

ଆନନ୍ଦପୁର : ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ଜିଙ୍ଗି ପୂର୍ତ୍ତି। ଅଭିଯୁକ୍ତ ନାଁ ଅଙ୍କୁରା ବୀରୁଆ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଜିଙ୍ଗି ଘରକୁ ଆସୁଥିବା ବେଳେ ନିଛାଟିଆ ରାସ୍ତା ଦେଖି ଅଙ୍କୁରା ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜିଙ୍ଗିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ ଅଙ୍କୁରାକୁ ଅଟକ ରଖି ତଦନ୍ତ କରୁଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟା କରିଥିବା ଅଙ୍କୁରା ପୁଲିସ୍‌ ନିକଟରେ କହିଛି।

By amfnews

Related Post